ଶିବତଲାରେ ଆଂଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ

ଶିବତଲା, (କେପିଏନ୍‌ଏସ୍‌) : ଶିବତଲା ଆଂଚଳିକ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୨ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ହୋଲିଶ୍ଵର ଧରୁଆଙ୍କ ସଂଯୋଜନାରେ ଶିବତଲା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାିଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟାନନ୍ଦ ଖର୍ସେଲଙ୍କ ସଭାପତିତ୍ୱରେ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହୋଇଥିବା ବେଳେ ନାଏବ ସରପଞ୍ଚ ନିରଞ୍ଜନ ମେହେର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜଗବନ୍ଧୁ ରଣା, ବରିଷ୍ଠ ଶିକ୍ଷୟତ୍ରୀ ସୁପ୍ରଭା ବାବୁ, ବିଜ୍ଞାନ ଶିକ୍ଷକ ବିଭୁଦତ୍ତ ବଗାର, ପୂର୍ବତନ ସିଆରସିସି ଗଣେଶ ବେହେରା ଓ ଶିବତଲା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ମାଝୀ ମଞ୍ଚାସୀନ ଥିଲେ । ୧୪ଟି ବିଦ୍ୟାଳୟରୁ ୭୫ ଜଣ ପ୍ରତିଯୋଗୀ ବିଭିନ୍ନ ବିଭାଗରେ ଅଂଶ ଗ୍ରହଣ କରିଥିବା ବେଳେ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀମାନଙ୍କୁ ମଣ୍ଡଳ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ସୂଚନା ପ୍ରଦାନ କରାଯାଇଛି । ଉଦ୍‌ଯାପନୀ ଉତ୍ସବରେ ବଲାଙ୍ଗିର ସଦର ବ୍ଲକ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ ମୁଖ୍ୟ ଅତିଥି, ସରପଞ୍ଚ ଶ୍ରୀମତୀ ଶୁଭ ଶାନ୍ତି ମାଝୀ ସମ୍ମାନିତ ଅତିଥି, ମୋ ବିଦ୍ୟାଳୟ ଅଭିଯାନ କମିଟି ସଭାପତି ଶାନ୍ତନୁ କୁମାର ରଣା ମୁଖ୍ୟବକ୍ତା ଭାବରେ ମଞ୍ଚାସୀନ ଥିଲେ । ଶିଶୁମାନଙ୍କ ଅନ୍ତର୍ନିହିତ ଗୁଣାବଳୀର ବିକାଶ ପାଇଁ ସୁରଭି ଏକ ଉପଯୁକ୍ତ ମାଧ୍ୟମ ବୋଲି ଅତିଥି ମାନେ ମତପ୍ରକାଶ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପରିବେଶ ଉତ୍ସବ ମୁଖର ହୋଇଥିବା ବେଳେ କାର୍ଯ୍ୟକ୍ରମକୁ ସାଫଲ୍ୟମଣ୍ଡିତ କରିବା ପାଇଁ ବିଦ୍ୟାଳୟର ଶୁଶାନ୍ତ କୁମାର ନାଏକ, ମନୋରଞ୍ଜନ ସା, ଶେଖ ଅବଦୁଲ ଆଲାମ, କିତ୍ତିନ ବଗାର, ଅଞ୍ଜଳି ନାଏକ, ସଂଯୁକ୍ତା ଆଚାର୍ଯ୍ୟ, ସସ୍ମିତା ଛତ୍ରିଆ, ମୋନାଲିସା ମିଶ୍ର, ସୁମିତା ମେହେର, ସୁନନ୍ଦା ବେହେରା, କିଶୋରୀ ରଥ, ସୁରେଶ ବଗତ୍ତୀ, ବିଶ୍ଵକେଶନ ମହାକୁର, ବାବୁଲାଲ ସାହୁ, ଛବିଦ୍ର ବେହେରା, ଥିରେଶ କୁମାର, ନୀଳମଣି ନାଏକ, ମୃତ୍ୟୁଞ୍ଜୟ ଭୋଇ, ଚନ୍ଦନ ବାରିକ, ସୁନୀଲ ସେଠୀ, ସୋମନାଥ ପଟେଲ, ଦୟାସାଗର ମଲ୍ଲିକ, ନୀଳମାଧବ ସାହୁ, ଅନୀଲ କୁମାର ମହାପାତ୍ର, ହିମାଂଶୁ କୁମାର ନାଏକ, ଅଶୋକ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

five − four =