csstore

ଚିତ୍ରାଙ୍କନ ଏବଂ ଓଡ଼ିଆ ଭାଷାରେ କ୍ଷୁଦ୍ର ଗଳ୍ପ ଏବଂ କବିତା ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବାଦ ସାହିତ୍ୟ ଘର ଆନୁକୂଲ୍ୟରେ ଚିତ୍ରାଙ୍କନ ଏବଂ ଓଡ଼ିଆ ଭାଷାରେ କ୍ଷୁଦ୍ର ଗଳ୍ପ ଏବଂ କବିତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଗତକାଲି ପ୍ରାୟ ଏଗାର ଶହ ପ୍ରତିଯୋଗୀ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସମ୍ବାଦ ସାହିତ୍ୟ ଘର ପକ୍ଷରୁ ଉପଦେଷ୍ଟା ସଭାପତି ଆଲୋକ ରଞ୍ଜନ ମଲ୍ଲିକ, ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଦାସ, କୋଷାଧ୍ୟକ୍ଷ ଜ୍ୟୋତିର୍ମୟ ଆଚାର୍ଯ୍ୟ, କାର୍ଯ୍ୟକାରୀ ସଭାପତି ରାମ କୃଷ୍ଣ ତ୍ରିପାଠୀ, ଉପଦେଷ୍ଟା ବ୍ରଜେନ୍ଦ୍ର ଦାଶ, ସହ କୋଷାଧ୍ୟକ୍ଷ ତ୍ରିଲୋଚନ ମହାରଣା, ସାଂଗଠନିକ ସମ୍ପାଦକ ଜଗନ୍ନାଥ ରାଉତ, ସମ୍ପାଦକ (ସାହିତ୍ୟ) ମିତା ପ୍ରଧାନ, କାର୍ଯ୍ୟକାରୀ ସଦସ୍ୟ ହରିହର ସାହୁ, ବୀରେନ୍ କୁମାର ଟୁଡୁ, ସନ୍ତୋଷ କୁମାର ରଥ, କିଶୋର ଚନ୍ଦ୍ର ଦାଶ, ମନୋଜ କୁମାର ପଣ୍ଡା, ପ୍ରଦୀପ କୁମାର ପାଣିଗ୍ରାହୀ, ଲମ୍ବୋଦର ମହନ୍ତ ପ୍ରମୁଖ ଉପସ୍ଥିତ ରହି ଏହି ସମାରୋହର ସୁପରିଚାଳନାରେ ସହଯୋଗ କରିଥିଲେ । ଦୀପିକା ଇଂରାଜୀ ମାଧ୍ୟମ ଉଚ୍ଚ ବିଦ୍ୟାଳୟ କତ୍ତୃପକ୍ଷ ମଧ୍ୟ ଏହି କାର୍ଯ୍ୟକ୍ରମ ପାଇଁ ଅକୁଣ୍ଠ ସହଯୋଗ ପ୍ରଦାନ କରିଥିଲେ । ଏହି ପ୍ରତିଯୋଗିତା ସମାରୋହର ସଫଳ ରୂପାୟନ ନିମନ୍ତେ କାର୍ଯ୍ୟକ୍ରମ ସମ୍ପାଦକ ବିଭୁ ନାୟକ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

jayashree
Leave A Reply

Your email address will not be published.