jayashree

ସୁନ୍ଦରଗଡ଼ର ୯ ବୈଷୟିକ ଅଧିକାରୀଙ୍କୁ ବିଶ୍ୱସ୍ତରୀୟ ଆଥଲେଟିକ୍‌ ପ୍ରତିଯୋଗିତା ପାଇଁ ମନୋନୟନ

ରାଉରକେଲା, (ସସ୍ମିତା ପ୍ରଧାନ) : ଭାରତରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଥିବା ସମ୍ମାନଜନକ ୱାର୍ଲ୍ଡ କଣ୍ଟିନେଣ୍ଟାଲ ଟୁର୍ ସିଲଭର ଆଥଲେଟିକ୍ ପ୍ରତିଯୋଗିତା ପାଇଁ ସୁନ୍ଦରଗଡ଼ ଜିଲ୍ଲାରୁ ୯ ଜଣ ବୈଷୟିକ ଅଧିକାରୀ ମନୋନୀତ ହୋଇଛନ୍ତି । ଏହା ଜିଲ୍ଲା ତଥା ରାଜ୍ୟ ପାଇଁ ଗୌରବର ବିଷୟ । ମନୋନୀତ ଅଧିକାରୀମାନେ ହେଲେ :- ସୁସ୍ମିତା ଦତ୍ତ (ପୂର୍ବତନ କ୍ରୀଡା ପ୍ରଶାସିକା), ଆଶିଷ କୁମାର ପ୍ରଧାନ (ପିଏମ୍‌ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଉଦିତନଗର), ଅଜୟ କୁମାର ପ୍ରଧାନ (ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ସୁନ୍ଦରଗଡ଼), ଅଜୟ କୁମାର ରାଉତ (ପିଏମ୍‌ ଶ୍ରୀ ଉଚ୍ଚ ବିଦ୍ୟାଳୟ, ଆର୍‌ଇସି କ୍ୟାମ୍ପସ), ବିଦ୍ୟାଧର ସେଠୀ (ସରକାରୀ ଉଚ୍ଚ ବିଦ୍ୟାଳୟ, ବିଶ୍ରା), ଗିରିଶ ଚନ୍ଦ୍ର ସାହୁ (ରାଜା ଧରଣୀଧର ଉଚ୍ଚ ବିଦ୍ୟାଳୟ, ବଣାଇ), ବଂଶୀଧର ମହାନ୍ତ (ଉଚ୍ଚ ବିଦ୍ୟାଳୟ, ବରହାବାନସ), ଧର୍ମେନ୍ଦ୍ର ସାହୁ (ସାଧୁସିଂ ଉଚ୍ଚ ବିଦ୍ୟାଳୟ, ତମଡା) ଓ ସସ୍ମିତା ଦାସ (ସେଣ୍ଟ ପଲ ଇଂରାଜୀ ବିଦ୍ୟାଳୟ) । ସମସ୍ତେ ଶାରୀରିକ ଶିକ୍ଷା ଶିକ୍ଷକ/ଶିକ୍ଷୟିତ୍ରୀ । ଏହି ବୈଷୟିକ ଅଧିକାରୀମାନେ ପୂର୍ବରୁ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ଆଥଲେଟିକ୍ ପ୍ରତିଯୋଗିତା ସଫଳତାର ସହ ପରିଚାଳନା କରି ଜିଲ୍ଲା ତଥା ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି । ଏହି ସଫଳତା ପାଇଁ ଜିଲ୍ଲା ଶିକ୍ଷା ଅଧିକାରୀ ଡା. ମୁରଲୀଧର ବେହେରା, ଜିଲ୍ଲା ଅଲମ୍ପିକ ସଂଘ ସମ୍ପାଦକ ପ୍ରଭାତ କୁମାର ଭୋଳ, ଜିଲ୍ଲାର ବିଭିନ୍ନ କ୍ରୀଡା ସଂଗଠନର କର୍ମକର୍ତ୍ତା ଓ କ୍ରୀଡାପ୍ରେମୀମାନେ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.