jsm

କଣ୍ଟାବାଞ୍ଜିରେ ଶଙ୍ଖଫୁଙ୍କା ହୁଳହୁଳି ପ୍ରତିଯୋଗିତା

csstore

କଣ୍ଟାବାଞ୍ଜି/ତୁରେକେଲା, (ପିତାମ୍ବର ଦୀପ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସହରର ଜଗନ୍ନାଥ ମନ୍ଦିର ପରିସରରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉପଲକ୍ଷେ କଣ୍ଟାବାଞ୍ଜି ପ୍ରଗତି ଓ ଅଲେଖ ମହିମା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଶଙ୍ଖଫୁଙ୍କା ହୁଳହୁଳି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ତହସିଲଦାର ବିଶ୍ୱନାଥ ଖାଳଖୋ, ସମ୍ମାନିତ ଅତିଥି ଭାବେ ଲେଖକ ସଂଜୟ କୁମାର ମିଶ୍ର, ମାଟିର ମହୋତ୍ସବ କମିଟି ସଭାପତି ବ୍ରଜ ଶ୍ୟାମ ଗୁରୁ, ଉପସଭାପତି କୈଳାଶ ଦୀପ, ସହ ସମ୍ପାଦକ ରାଜେନ୍ଦ୍ର ବେହେରା, ପ୍ରକାଶ ପ୍ରଧାନ, ବିମଳ ହାତୀ, ସଦସ୍ୟ ଜଗନ୍ନାଥ ପାଣିଗ୍ରାହୀ, ସତ୍ୟ ନାରାୟଣ ଅଗ୍ରୱାଲ ଯୋଗ ଦେଇଥିଲେ । ମହିଳା ଯୁବତୀମାନଙ୍କ ମଧ୍ୟରେ ଶଙ୍ଖଫୁଙ୍କା ହୁଳହୁଳି ପ୍ରତିଯୋଗିତା ହୋଇଥିବା ବେଳେ ଏହି ପ୍ରତିଯୋଗିତାର ବିଜେତାଙ୍କୁ ଆସନ୍ତା ଜାନୁୟାରୀ ୯.୧୦.୧୧ ତିନି ଦିନ ଧରି ଆୟୋଜିତ ହେଉଥିବା ମାଟିର ମହୋତ୍ସବ ମଞ୍ଚରେ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି । ଏହି କାର୍ଯ୍ୟକ୍ରମକୁ ମାଟିର ମହୋତ୍ସବ କମିଟି ସହ ସମ୍ପାଦକ ଦିନେଶ ମାହାନନ୍ଦ ପରିଚାଳନା କରିଥିଲେ ।

yuvodaya
Leave A Reply

Your email address will not be published.