pakka

ଘୁନସର କଲେଜରେ ନୂଆ-ଓ ଓଡ଼ିଆ ସାହିତ୍ୟ ପ୍ରତିଯୋଗିତା

bbehera

ସଇଁତଲା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଘୁନସର ପଂଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ-ଓ ଓଡିଆ ସାହିତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କଲେଜର ଅଧ୍ୟକ୍ଷ ଶୁଭେନ୍ଦୁ ବିକାଶ କୁମ୍ଭାରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ଜଗନ୍ନାଥ ସଂସ୍କୃତି ବିଷୟରେ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ । କବି, ସାହିତ୍ୟିକ ତଥା ଜ୍ୟୋତିଷ ବିଶାରଦ ପ୍ରଦୀପ କୁମାର ଜାଲ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିସ୍ତୃତ ଭାବେ ଜଗନ୍ନାଥ ସଂସ୍କୃତି ଓ ଓଡ଼ିଆ ଭାଷା ବିଷୟରେ ମତବ୍ୟକ୍ତ କରିଥିଲେ । ଅମିତାଭ କୁମ୍ଭାର ପଟେଲ ସଭା ପରିଚାଳନା କରିଥିବା ବେଳେ ମୋହନ ଚରଣ ବାଗ, ନାରାୟଣ ବୁଡ଼େକ, ସୁକୁମାର ସାହୁ, ସରୋଜ ରଣା, ଶତୃଘନ ଗହୀର, ସାଧୁ ରଣା, ବିଷ୍ଣୁ ଭୋଇ, ନିରଞ୍ଜନ ରଣା ପ୍ରମୁଖ ସହଯୋଗ କରିଥିଲେ । ଶେଷରେ ନିରାକାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

two × one =