csstore

ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ଆନ୍ତଃସ୍କୁଲ ସାଧାରଣ ଜ୍ଞାନ ପ୍ରତିଯୋଗିତା ସ୍ଥାନୀୟ ସେକ୍ଟର ୧୪ ସ୍ଥିତ ଡିପିଏସ୍‌ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସହରର ବିଭିନ୍ନ ସ୍କୁଲର ଶତାଧିକ ଛାତ୍ରଛାତ୍ରୀ ଭାଗ ନେଇ ନିଜ ଅନ୍ତର୍ନିହିତ ପ୍ରତିଭାର ପରିଚୟ ଦେଇଥିଲେ । ଫାଉଣ୍ଡେସନର ଆବାହକ ଇଂ ନଳିନୀ କାନ୍ତ ଧର, ଅଶୋକ ପଟ୍ଟନାୟକ, ରାଜୀବ ପାଣି, ବିବେକାନନ୍ଦ ଦାସ, ଶଙ୍କର ଜେନା, କୁଞ୍ଜ ବିହାରୀ ରାଉତ, ସୂର୍ଯ୍ୟନାରାୟଣ ପାଢ଼ୀ, ସନ୍ତୋଷ ରଥ, ନିରୁପମା ପତି, ସ୍ମିତା ମିଶ୍ର, ଝୁନୁ ନାୟକ, ମୀରା ଦାସ, ପୂଜା, ପ୍ରାଚୀ, ଐଶ୍ୱରୀୟା ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ । କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ୨୧ ତାରିଖ ଦିନ ମିନାକ୍ଷୀଙ୍କ ଦ୍ୱିତୀୟ ପୂଣ୍ୟତିଥି ଅବସରରେ ପୁରସ୍କୃତ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ଦିଆଯାଇଛି ।

jayashree
Leave A Reply

Your email address will not be published.