ସର୍ବ ଭାରତୀୟ ଜୁନିୟର କିକ୍‌ ବକ୍ସିଂରେ ଭାଗ ନେବେ ବଲାଙ୍ଗିରର ୫ ପ୍ରତିଯୋଗୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶେଖର କିକ୍‌ ବକ୍ସିଂ ଏକାଡେମୀ ବଲାଙ୍ଗିରରୁ ୫ ଜଣ ଖେଳାଳିଙ୍କୁ ଜାତୀୟ ଯୁନିୟର ଚମ୍ପିୟନ୍‌ସିପ୍‌ରେ ମନୋନିତ କରାଯାଇଛି । ଶେଖର କିକ୍‌ ବକ୍ସିଂ ଏକାଡେମୀର ସଭାପତି ହୃଦୟ ଶବର, ସମ୍ପାଦକ ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠ ଓ ପ୍ରଶିକ୍ଷକ କାଳିଆ ନାହାକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଚନ୍ଦନ ପୁଟେଲ, ଚନ୍ଦ୍ରକାନ୍ତି କୁମ୍ଭାର, ନୁରା ନାଗ, ସୀତା ବରିହା ଓ କ୍ରିଷ୍ଣା ସେଠ୍‌ ଜାତୀୟ ଜୁନିୟର କିକ୍‌ ବକ୍ସିଂ ଚମ୍ପିୟାନ୍‌ସିପ୍‌ରେ ଯୋଗ ଦେବେ । ଏହା ପଶ୍ଚିମ ବଂଗର ସିଲିଗୁଡି ଠାରେ ଆସନ୍ତା ୧୦ ଜୁନରୁ ୧୪ ଜୁନ ମଧ୍ୟରେ ଅନୁଷ୍ଠିତ ହେବ । ତା.୦୭.୦୬.୨୦୨୪ ଶୁକ୍ରବାର ଦିନ ପ୍ରତିଯୋଗୀମାନେ ବଲାଙ୍ଗିର ଠାରୁ ସିଲିଗୁଡି ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଏଥି ପାଇଁ ବଲାଙ୍ଗିର ଡିଏସ୍‌ଓ ପରାଶର ବାଗ, ଓଡିଶା କିକ୍‌ ବକ୍ସିଂ ସଂଘର ସଭାପତି କାର୍ତ୍ତିକ ଡାକୁଆ, ଜିଲ୍ଲା କିକ୍‌ ବକ୍ସିଂ ସଂଘର ସଭାପତି ଅଯୋଧ୍ୟା ପ୍ରସାଦ ମିଶ୍ର, ସଂପାଦକ ଭଗବାନ କୁମ୍ଭାର, ସୁରେନ୍ଦ୍ର କୁମାର ସାହୁ ଓ ବଦ୍ରିନାଥ ହୋତା, ମୁରଲି ମହାକୁ ପ୍ରଭୃତି ପ୍ରତିଯୋଗୀ ମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଥିଲେ ।

Leave A Reply

Your email address will not be published.