pakka

ଏସୟୁସିଆଇ(ସି)ର ପ୍ରତିବାଦ ଦିବସ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଆକ୍ରାନ୍ତଙ୍କ ଚିକିତ୍ସା ଓ ଟୀକାକରଣ କ୍ଷେତ୍ରରେ ହେଉଥିବା ବ୍ୟାପକ ଅବ୍ୟବସ୍ଥା ଓ ଅବହେଳାର ଦୃତ ସମାଧାନ ନିମନ୍ତେ ଏସୟୁସିଆଇ(ସି) ପକ୍ଷରୁ ବିଭିନ୍ନ ନ୍ୟାର୍ଯ୍ୟ ଦାବୀ ସରକାରଙ୍କ ପାଖରେ ଉପସ୍ଥାପନ କରାଯାଇଥିଲେ ମଧ୍ୟ ସରକାରୀ ଉଦାସୀନତା ଯୋଗୁଁ କରୋନା ସଂକ୍ରମଣ ଓ ମୃତ୍ୟୁ ଆଜି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି । ସରକାରୀ ପରିସଂଖ୍ୟାନ ଓ ବାସ୍ତବ ଚିତ୍ର ମଧ୍ୟରେ ଆକାଶ ପାତାଳ ପ୍ରଭେଦ । ଅନ୍ୟାନ୍ୟ ଜଟିଳ ରୋଗରେ ଆକ୍ରାନ୍ତ ବହୁ ଲୋକ ଚିକିତ୍ସା ବିନା ହନ୍ତସନ୍ତ ହେଉଛନ୍ତି, ଅନେକଙ୍କର ମୃତ୍ୟୁ ହେଉଛି ଯାହା ସରକାରୀ ପରିସଂଖ୍ୟାନ ବାହାରେ । କରୋନାରେ ଆକ୍ରାନ୍ତ ଓ ମୃତକଙ୍କ ପରିବାର ଶାରୀରିକ ଓ ମାନସିକ ଯନ୍ତ୍ରଣା ମଧ୍ୟରେ ଜୀବନ ବିତାଉଛନ୍ତି, ବହୁ ଶିଶୁ ସନ୍ତାନ ସଂପୂର୍ଣ୍ଣ ଅନାଥ ହୋଇଯାଇଛନ୍ତି । ଅନ୍ୟପଟରେ ଅସହାୟ ଲୋକ ଚିକିତ୍ସାସେବା ଓ ଟୀକା ପାଇବା ପାଇଁ ଘରୋଇ ଚିକିତ୍ସା କେନ୍ଦ୍ରର ଅମାନବିକ ଶୋଷଣର ଶିକାର ହେଉଛନ୍ତି । ପୁଣି ଦାରିଦ୍ର‌୍ୟ, ବେକାରୀ, ବିଭିନ୍ନ ରୋଗ ବ୍ୟାଧି ଓ ୟାସ୍ ଭଳି ପ୍ରାକୃତିକ ବିପର୍ୟ୍ୟୟରେ ଜର୍ଜରିତ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ଜୀବନକୁ ଦୁର୍ବିସହ କରିଦେଇଛି । ଖାଇବା ତେଲ, ଆଳୁ, ପିଆଜ ଆଦି ନିତ୍ୟ ବ୍ୟବହାର୍ୟ୍ୟ ଜିନିଷ ତଥା ପେଟ୍ରୋଲ, ଡିଜେଲର ଲଗାମହୀନ ଆକାଶଛୁଆଁ ଦରବୃଦ୍ଧି । ଦୁଃଖର ସହିତ କହିବାକୁ ପଡୁଛି, ଏହି ଅସ୍ୱାଭାବିକ ପରିସ୍ଥିତିରେ ଲୋକଙ୍କର ମଙ୍ଗଳ ନିମନ୍ତେ କୌଣସି ମାନବିକ ପଦକ୍ଷେପ ନ ନେଇ ସରକାର ଅନଲାଇନରେ ଘରେ ଘରେ ମଦ ଯୋଗାଣ ପାଇଁ ବ୍ୟବସ୍ଥା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ତେଣୁ ଏହି ପରିସ୍ଥିତିରେ ଆଜି ଏସୟୁସିଆଇ(ସି) ପକ୍ଷରୁ ପ୍ରତି ଜିଲ୍ଲା ଓ ବ୍ଲକରେ କୋଭିଡ ହସ୍ପିଟାଲ ସ୍ଥାପନ, ମାଗଣାରେ ଔଷଧ ଯୋଗାଣ ସହ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତଙ୍କୁ ମାଗଣାରେ ଟିକାକରଣ କରିବା, ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସର ମୂଲ୍ୟ ହ୍ରାସ କରିବା, ନିତ୍ୟ ବ୍ୟବହାର୍ୟ୍ୟ ଜିନିଷପତ୍ରର ଆକାଶଛୁଆଁ ମୂଲ୍ୟବୃଦ୍ଧି ବନ୍ଦ କରିବା, କରୋନା ମହାମାରୀ ସମୟରେ କର୍ମଚ୍ୟୁତ ଓ କ୍ଷତିଗ୍ରସ୍ତ ସମସ୍ତଙ୍କୁ ଆର୍ଥିକ ସହାୟତା ସହିତ କର୍ମନିଯୁକ୍ତି ଯୋଗାଇ ଦେବା, ମଦକୁ ସଂପୂର୍ଣ୍ଣ ନିଷିଦ୍ଧ କରିବା ଦାବୀରେ ଆହୂତ ସାରା ଓଡିଶା ପ୍ରତିବାଦ ଦିବସ ଅବସରରେ ଏସୟୁସିଆଇ(ସି) ବଲାଙ୍ଗିର ପକ୍ଷରୁ ପ୍ରଦର୍ଶନକାରୀମାନେ ଅନଲାଇନରେ ଦାବୀ ସମ୍ମଳିତ ପ୍ଲାକାର୍ଡ ଧରି ପ୍ରଦର୍ଶନ କରିଥିଲେ । ଏସୟୁସିଆଇ(ସି) ପକ୍ଷରୁ ଏକ ୫ ଦଫା ଦାବୀ ସମ୍ମଳିତ ସ୍ମାରକପତ୍ର ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ମେଲ୍‌ କରାଯାଇଛି । ଗତକାଲି କାର୍ୟ୍ୟକ୍ରମରେ ଏସୟୁସିଆଇ(ସି) ବଲାଙ୍ଗିର ସାଙ୍ଗଠନିକ କମିଟି ସମ୍ପାଦକ ସୁନିଲ ଭୋଇ, ହୃଦାନନ୍ଦ କରୁଆ, ମଧୁସୂଦନ ବାଗ, ରାଜେନ୍ଦ୍ର ରଣା, ତାମସ ବେହେରା, ବିକାଶ ଜେନା, କୁଶପୃଷ୍ଟି ବାଗ ପ୍ରମୂଖ ନେତୃତ୍ୱ ନେଇଥିଲେ ।

Leave A Reply

Your email address will not be published.

7 + 5 =