pakka

ମାନସିଂହ ସାହିତ୍ୟ ସଂସଦର ଜୁନ ମାସର ଅନଲାଇନ କବିତା ଆସର ଅନୁଷ୍ଠିତ

bbehera

ବରଗଡ, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦର ମାସିକ କବିତା ଆସର ଜୁନ ମାସ ୧୦ ତାରିଖ ସନ୍ଧ୍ୟା ୭ଘଣ୍ଟାରୁ ରାତ୍ରୀ ୧୦ଘଣ୍ଟା ୧୫ ମି. ପର୍ୟ୍ୟନ୍‌ନ୍ତ ଦୀର୍ଘ ତିନି ଘଣ୍ଟା ପନ୍ଦର ମିନିଟ ପର୍ୟ୍ୟନ୍ତ ଅନୁଷ୍ଠିତ ହୋଇ ସାରିଛି । ଅନୁଷ୍ଠାନର ସଭାପତି ବିଷ୍ଣୁପ୍ରସାଦ ଦଳାଇ ଆସର ସମ୍ପର୍କରେ ସାମ୍ୟକ ସୂଚନା ଦେଇଥିଲେ । ଓଡିଶା ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା ମୁଖ୍ୟ ଅତିଥି ରୂପେ ଯୋଗଦେଇ ସାହିତ୍ୟ ସମାଜର ପ୍ରାଣ କହିବା ସହ ମା’, ମାଟି ଓ ଭାଷାର ଗୁରୁତ୍ୱ ଆଲୋଚନା କରିଥିଲେ । ସୁସାହିତ୍ୟକ ତଥା ମାର୍ଗଦର୍ଶକ ଡ଼ଃ ଅଭିମନ୍ୟୁ ଜେନା କବିତା ରଚନାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଅନୁଷ୍ଠାନର ଉପଦେଷ୍ଟା ପ୍ରେମାନନ୍ଦ ବେହେରା(ବରଗଡ଼) ଆସରର ଆଭିମୁଖ୍ୟ ସ୍ପଷ୍ଟ କରିବା ସହ ସମସ୍ତ ଅଂଶଗ୍ରହଣକାରୀ ମାନଙ୍କୁ ସ୍ୱାଗତ ଜଣାଇଥିଲେ । ଉପଦେଷ୍ଟା ବନବିହାରି ପଟ୍ଟନାୟକ ସଂକ୍ଷିପ୍ତ ବକ୍ତବ୍ୟ ଆସରକୁ ଜୀବନ୍ତ କରିଥିଲା । ସମ୍ପାଦକ ଲଳିତ କୁମାର ସ୍ୱାଇଁ ସମସ୍ତଙ୍କୁ ସାଧୁବାଦ ଜଣାଇବା ସହ ସାହିତ୍ୟର ମହତ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପିକା କୁମୁଦିନି ଦ୍ବିବେଦୀ(ଜଗତସିଂହପୁର)ଙ୍କ ବଳିଷ୍ଠ ସଂଯୋଜନାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୪୦ରୁ ଉର୍ଦ୍ଧ୍ବ କବି ଓ କବୟତ୍ରୀ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଆସରରେ ବରଗଡ଼ ଜିଲ୍ଲାରୁ କବି ପ୍ରେମାନନ୍ଦ ବେହେରା, କବୟତ୍ରୀ ଅଧ୍ୟାପିକା ମନ୍ଦାକିନୀ ପାଢ଼ୀ, ପୁରୀ ଜିଲ୍ଲାରୁ କବି ବିଷ୍ଣୁପ୍ରସାଦ ଦଳାଇ, କବି ବନବିହାରି ପଟ୍ଟନାୟକ, କବି ବିଦ୍ୟାଧର ପ୍ରଧାନ, କବି ଲଳିତ କୁମାର ସ୍ୱାଇଁ, କବି ବିଦ୍ୟାଧର ଦଳବେହେରା, କବି ନୃସିଂହ ପାଣିଗ୍ରାହୀ, କବି ନୃସିଂହ ନାରାୟଣ ତ୍ରିପାଠୀ, କବି ପୁର୍ଣଚନ୍ଦ୍ର ଜେନା, କବି ରାକେଶ ବାରିକ, କବି ତ୍ରିଲୋଚନ ବିଶ୍ୱାଳ, ଅନୁଗୁଳ ଜିଲ୍ଲାରୁ କବୟତ୍ରୀ ଶର୍ମିଷ୍ଠା ସାହୁ, କବୟତ୍ରୀ ନନ୍ଦିନୀ ରାଉତ, କବି ହରିହର ଭୁକ୍ତା, ଖୋର୍ଦ୍ଧା ଜିଲ୍ଲାରୁ କବୟତ୍ରୀ ଅନୁସୟା ରାଉତ, କବୟତ୍ରୀ ସୁଲୋଚନା ବେହେରା, ଗଞ୍ଜାମ ଜିଲ୍ଲାରୁ କବୟତ୍ରୀ ସୁଜାତାରାଣୀ ଶତପଥି, କବୟତ୍ରୀ ଜ୍ୟୋସ୍ନାରାଣୀ ଦେବୀ, କବି ଶିବାନନ୍ଦ ବାରିକ, କବି ବଟକୃଷ୍ଣ ତ୍ରିପାଠୀ, କଟକ ଜିଲ୍ଲାରୁ କବୟତ୍ରୀ ଡ଼ଃ ଜୟନ୍ତୀ ବାଳା ଜେନା, ନୟାଗଡ଼ ଜିଲ୍ଲାରୁ କବୟତ୍ରୀ ନିହାରୀକା ପଣ୍ଡା, ସମ୍ବଲପୁର ଜିଲ୍ଲାରୁ କବୟତ୍ରୀ ଭାରତୀ ଦାଶ, ନୂଆପଡା ଜିଲ୍ଲାରୁ କବୟତ୍ରୀ ଭାରତୀ ହୋତା, କୋରାପୁଟ ଜିଲ୍ଲାରୁ କବୟତ୍ରୀ ଶୋଭାଗିନୀ ନନ୍ଦ, ଜଗତସିଂହପୁର ଜିଲ୍ଲାରୁ ଅଧ୍ୟାପିକା କୁମୁଦିନି ଦ୍ବିବେଦୀ, କବୟତ୍ରୀ ସଂହିତା ଜେନା, କଳାହାଣ୍ଡି ଜିଲ୍ଲାରୁ କବୟତ୍ରୀ କବିତାଞ୍ଜଳି ପଣ୍ଡା, ଭଦ୍ରକ ଜିଲ୍ଲାରୁ ଡ଼ଃ ରମାକାନ୍ତ ନାୟକ, ଗଜପତିରୁ କବି ବିଚିତ୍ରାନନ୍ଦ ବେବର୍ତ୍ତା, କବୟତ୍ରୀ ଗୌରୀ ବେହେରା, ସୁନ୍ଦରଗଡ ଜିଲ୍ଲାରୁ କବୟତ୍ରୀ ସବିତା ବସ୍ତିଆ, ବଲାଙ୍ଗିର ଜିଲ୍ଲାରୁ କବୟତ୍ରୀ ସ୍ୱାତୀ ସୁମନ ମହାପାତ୍ର ଏବଂ ଛତିଶଗଡ଼ରୁ କବୟତ୍ରୀ କୃଷ୍ଣା ମିଶ୍ର ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଡ଼ଃ ଅଭିମନ୍ୟୁ ଜେନା କବିତା ଗୁଡିକୁ ସମୀକ୍ଷା କରିବା ସହ ସଂଯୋଜକ ବିଦ୍ୟାଧର ଦଳବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ଲକଡାଉନ ସମୟରେ ଏହି ଆସର ସମସ୍ତଙ୍କ ମୁଁହରେ ହସ ଫୁଟାଇ ପାରିଥିଲା । ଅଗାମୀ ଦିନରେ ଏହି କବିତା ଆସରର ଆହୁରି ଉନ୍ନତି ହେବା ସହ ଓଡ଼ିଆ ସାହିତ୍ୟର ଉନ୍ନତି ହେବ ବୋଲି ସମ୍ପାଦକ ଲଳିତ କୁମାର ସ୍ୱାଇଁ ଆଶା ପୋଷଣ କରିଥିଲେ ।

jay balangir
Leave A Reply

Your email address will not be published.

four × 5 =

error: Content is protected !!