csstore

ମାହାଙ୍ଗାରେ ବିଜେପି କର୍ମୀଙ୍କୁ ହତ୍ୟା ପ୍ରତିବାଦରେ କୋକସରା ଥାନା ଆଗରେ ବିଜେପି ପକ୍ଷରୁ ପ୍ରତିବାଦ

ଧର୍ମଗଡ଼, (ଭରତ ବିଶି) : କଟକ ଜିଲ୍ଲାର ମାହାଙ୍ଗାରେ ବିଜେପିର ବରିଷ୍ଠ ନେତା କୁଳମଣି ଜେନା ଓ ତାଙ୍କ ସହ ଅନ୍ୟ ଜଣେ କର୍ମୀଙ୍କୁ ନିର୍ମମ ହତ୍ୟା ଅଭିଯୋଗରେ ବିଜେଡି ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଥିବା ନେଇ ଭାରତୀୟ ଜନତା ପାର୍ଟି କୋକସରା ବ୍ଲକ ପକ୍ଷରୁ ଯୁବ ନେତା ଲଷ୍ମୀକାନ୍ତ ବାଗଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମକର୍ତ୍ତା କୋକସରା ଥାନା ଆଗରେ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ମାହାଙ୍ଗାରେ ବିଜେପି ନେତାଙ୍କୁ ନିର୍ମମ ହତ୍ୟା ଘଟଣାରେ ରାଜ୍ୟ ସରକାରଙ୍କ ଦଳୀୟ ମନ୍ତ୍ରୀ ପ୍ରତାପ ଜେନା ଓ ବିଜେଡିର ରାଜନୈତିକ ଚାପରେ ଏହି ହତ୍ୟାକାଣ୍ଡ କରାଯାଇଛି ବୋଲି ବିଜେପି କର୍ମକର୍ତ୍ତାମାନେ ଅଭିଯୋଗ କରିଛନ୍ତି ଓ ଦୃଢ଼ କାର୍ୟ୍ୟାନୁଷ୍ଠାନ ନେବାକୁ ଦାବୀ କରିଛନ୍ତି । ଏହି ପ୍ରତିବାଦ ସଭାରେ କୋକସରା ବ୍ଲକର ବିଭିନ୍ନ ପଞ୍ଚୟତରୁ ଶତାଧିକ ବିଜେପି କର୍ମୀ ଉପସ୍ଥିତ ରହିଥିଲେ ।

jayashree
Leave A Reply

Your email address will not be published.