pakka

ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ ପ୍ରାର୍ଥୀ ପତ୍ର ଦାଖଲ

bbehera

ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ) : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ୩ୟ ଦିବସରେ ୧୧୧୯ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି । ଆଜି ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୬ ଜଣ ପ୍ରାର୍ଥୀ ମନୋନୟନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରେ ଓ୍ବାର୍ଡ ସଭ୍ୟ ସଭ୍ୟା ପାଇଁ ୬୯୭, ସରପଞ୍ଚ ପଦବୀ ପାଇଁ ୨୪୦, ପଞ୍ଚାୟତ ସମିତି ସଭ୍ୟ ପଦ ପାଇଁ ୧୬୬ ଏବଂ ୧୬ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ମନୋନୟନ ପତ୍ର ଦାଖଲ କରିଥିଲେ । ଆଜି ଜିଲ୍ଲାର ବିଭିନ୍ନ ବ୍ଲକରେ ଅତାବିରା ବ୍ଲକରେ ଓ୍ବାର୍ଡ ସଭ୍ୟସଭ୍ୟା ପାଇଁ ୨୮ ଜଣ, ସରପଞ୍ଚ ପାଇଁ ୨୦ ଜଣ, ସମିତି ସଭ୍ୟସଭ୍ୟା ପାଇଁ ୧୪ଜଣ ଏବଂ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଜଣେ ପ୍ରାର୍ଥୀ ପତ୍ର ଦାଖଲ କରିଥିଲେ । ସେହିପରି ଅମ୍ଭାଭୋନା ବ୍ଲକରେ ୯-୧୦-୧-୨, ଗାଇସିଲେଟ ବ୍ଲକରେ ୧୧୯-୨୨-୨୦-୦, ଝାରବନ୍ଧ ବ୍ଲକ ୪୯-୨୦-୭-୦, ପାଇକମାଳ ବ୍ଲକରେ ୫୧-୨୫-୧୮-୧, ବରଗଡ଼ ବ୍ଲକରେ ୭୧-୨୪-୨୫-୫, ବରପାଲି ବ୍ଲକରେ ୬୦-୧୮-୧୧-୧, ବିଜେପୁର ବ୍ଲକରେ ୯୪-୨୦-୧୬-୦, ଭଟଲି ବ୍ଲକରେ ୩୯-୧୫-୧୨-୦, ଭେଡେନ ବ୍ଲକରେ ୫୭-୨୪-୨୦-୨, ରାଜବୋରାସମ୍ବର ବ୍ଲକରେ ୫୬-୨୯-୧୩-୧, ସୋହେଲା ବ୍ଲକରେ ୬୪-୧୩-୯-୩ ଜଣ ପ୍ରାର୍ଥୀ ପତ୍ର ଦାଖଲ କରିଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

6 + 9 =