pakka

ପ୍ରାଥମିକ ଶିକ୍ଷା ହିଁ ସଫଳତାର ପ୍ରଥମ ମୂଳ ଭିତ୍ତିଭୂମି : ଅତନୁ ଭୌମିକ

bbehera

ରାଉରକେଲା, (ସସ୍ମିତା ପ୍ରଧାନ) : ପ୍ରାଥମିକ ଶିକ୍ଷା ହିଁ ସଫଳତାର ପ୍ରଥମ ମୂଳ ଭିତ୍ତିଭୂମି । ଆଜିର ସଫଳତା ପଛରେ ବିଦ୍ୟାଳୟ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଅବଦାନ ଅନେକ । ଶୃଙ୍ଖଳା ହିଁ ସଫଳତାର ଚାବିକାଠି ବୋଲି ରାଉରକେଲା ଇସ୍ପାତ କରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକ ସେଣ୍ଟପଲ ସ୍କୁଲରେ ସମ୍ବର୍ଦ୍ଧିନାର ପ୍ରତ୍ୟୁତ୍ତରରେ କହିଥିଲେ । ଆଜି ହମିରପୁର ସ୍ଥିତ ସେଣ୍ଟପଲ ସ୍କୁଲରେ ୧୯୮୧ ମସିହା ପ୍ରାକ୍ତନ ଛାତ୍ର ତଥା ସଂପ୍ରତି ରାଉରକେଲା ଇସ୍ପାତ କାରଖାନାର ଭାରପ୍ରାପ୍ତ ନିର୍ଦ୍ଦେଶକ ଅତନୁ ଭୌମିକଙ୍କୁ ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଫାଦର ଏସ୍ ଯୋଶେଫ ଓ ପ୍ରାକ୍ତନ ଅଧ୍ୟକ୍ଷ ଫାଦର ଜୋଏ ମେନନଙ୍କ ଉପସ୍ଥିତିରେ ଶ୍ରୀ ଭୌମିକଙ୍କୁ ଉତ୍ତରୀୟ, ପୁଷ୍ପଗୁଛ, ମେମୋଣ୍ଟୋ ଓ ଗଛଚାରା ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀ ଭୌମିକ ଏହି ଅବସରରେ ଉପରୋକ୍ତ ବକ୍ତବ୍ୟ ସହ କହିଲେ ଯେ, ମୁଁ ଏହି ବିଦ୍ୟାଳୟରେ ୧୯୭୧ ମସିହାରୁ ୧୯୮୧ ପର୍ଯ୍ୟନ୍ତ ପାଠ ପଢିଛି । ବିଦ୍ୟାଳୟ ମୋତେ ଇଂରାଜୀ ସହ ଶୃଙ୍ଖଳା, ସମୟାନୁବର୍ତ୍ତିତା ଓ ଆତ୍ମବିଶ୍ୱାସ ଶିଖାଇଛି । ସବୁଠାରୁ ଶିକ୍ଷକମାନଙ୍କ ସ୍ୱତନ୍ତ୍ର ପାଠପଢ଼ା ବେଶ ପ୍ରଭାବିତ କରିଛି । ଏହି ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରଶ୍ନର ଉତ୍ତର ସେ ରଖିଥିଲେ । ଏହାପରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା । ଛାତ୍ର ଏ ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ସୁପ୍ରିତା ଚୌଧୁରୀଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଭୌମିକଙ୍କୁ ବ୍ୟାଣ୍ଡର ତାଳେତାଳେ ବିଦ୍ୟାଳୟର ସଭାଗୃହକୁ ପାଛୋଟି ନିଆଯାଇଥିଲା । ଏହି ଅବସରରେ ଶ୍ରୀମତୀ ସୀମା ଭୌମିକଙ୍କୁ ବିଦ୍ୟାଳୟ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା । ପ୍ରାରମ୍ଭରେ ଅଞ୍ଜନା ମାମ୍ ଙ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନେ ଅତିଥିଙ୍କ ଉଦ୍ଦେଶ୍ୟରେ ସ୍ୱାଗତ ସଂଗୀତ ଗାନ କରିଥିଲେ । ଅଧ୍ୟକ୍ଷ ଫାଦର ଯୋଶେଫ ଶ୍ରୀ ଭୌମିକଙ୍କୁ ବିଦ୍ୟାଳୟର ଗର୍ବ ଓ ଗୌରବ ବୋଲି ଅଭିହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟର ଉପାଧ୍ୟକ୍ଷା ସିଷ୍ଟର ମାରିଆ ଯୋଶେଫିନଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

six + 1 =

error: Content is protected !!