om academy

ପ୍ରଥମ ରାତ୍ରକାଳୀନ କ୍ରିକେଟ୍‌ ଟୁର୍ଣାମେଣ୍ଟ : ରିଶିଡା ଚାମ୍ପିଅନ୍‌, ଶ୍ରୀପାଲି ରନର୍ସ ଅପ୍

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର କ୍ରିକେଟ୍ କ୍ଳବ୍ ତରଫରୁ ଚାରିଛକ ପଡିଆରେ ଦୁଇଦିନ ଧରି ଚାଲିଥିବା ପ୍ରଥମ ରାତ୍ରକାଳୀନ କ୍ରିକେଟ୍‌ ମ୍ୟାଚ୍ ଉଦ୍‌ଯାପିତ ହୋଇଯାଇଛି । ଏଥିରେ ରିଶିଡା କ୍ରିକେଟ୍‌ ଦଳ ଚାମ୍ପିଅନ୍‌ ହୋଇଥିବା ବେଳେ ଶ୍ରୀପାଲି କ୍ରିକେଟ୍‌ ଦଳ ରନର୍ସ ଅପ୍ ହେଇଥିବା ଜଣାପଡିଛି । ପ୍ରଥମ ଓ ଦ୍ୱିତୀୟ ଦିବସର ବିଭିନ୍ନ ମ୍ୟାଚ୍‌ରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ ଶିବ ରାମ ନାୟକ, ସମାଜସେବୀ ବିଭୂତି ଭୂଷଣ ମହାଖୁଡ, ଆଇନଜୀବୀ ସତ୍ୟ ନାରାୟଣ ସାହୁ, ଭାରତ ଭୂଷଣ ଜୈନ, ନବୀନ ଅଗ୍ରୱାଲ, ଅରବିନ୍ଦ ଜିନ୍ଦଲ(ଏପେନ୍), ବରିଷ୍ଠ ସାମ୍ବାଦିକ ହେମନ୍ତ ସାହୁ, ସମାଜସେବୀ ବିକାଶ ରଞ୍ଜନ ସିଂହଦେଓ, ନର୍ଲା ବ୍ଲକ୍ ଉପାଧ୍ୟକ୍ଷ ଦୁର୍ଗା ପ୍ରସାଦ ମହାନ୍ତି (ମୁନା), ଆଇନଜୀବୀ ରାକେଶ ଶତପଥି ପ୍ରମୁଖ ଯୋଗଦେଇ ଖେଳାଳୀ ଓ ଆୟୋଜକ ଅନୁଷ୍ଠାନର ସଦସ୍ୟଙ୍କୁ ଉତ୍ସାହିତ କରିଥିଲେ । ପ୍ରଥମ ରାତିରେ ୯ ଗୋଟି ମ୍ୟାଚ୍ ଓ ଦ୍ୱିତୀୟ ରାତ୍ରୀରେ ୬ ଗୋଟି ମ୍ୟାଚ୍ ଖେଳା ଯାଇଥିଲା । ପ୍ରଥମ ସେମିଫାଇନାଲ୍‌ ମ.ରାମପୁର ସିଗ୍ନେଚର୍ ଓ ଶ୍ରୀପାଲି ମଧ୍ୟରେ ହୋଇ ଶ୍ରୀପାଲି ଦଳ ଫାଇନାଲ୍‌ରେ ପ୍ରବେଶ କରିଥିଲା ଏବଂ ଦ୍ୱିତୀୟ ସେମିଫାଇନାଲ୍‌ ରିଶିଡ଼ା ଓ ରେଖ୍ ପୁର ମଧ୍ୟରେ ହୋଇ ରିଶିଡ଼ା ଦଳ ଫାଇନାଲ୍‌ରେ ପ୍ରବେଶ କରିଥିଲା । ରିଶିଡ଼ା ଓ ଶ୍ରୀପାଲି ମଧ୍ୟରେ ଆକର୍ଷଣୀୟ ଫାଇନାଲ୍‌ ଖେଳ ହୋଇ ଏଥିରେ ରିଶିଡ଼ା ଦଳ ଚାମ୍ପିଅନ୍‌ ଓ ଶ୍ରୀପାଲି ଦଳ ରାନର୍ସ ଅପ୍ ହୋଇଥିଲା । ପ୍ରଥମ ସେମିଫାଇନାଲ୍‌ ଓ ଫାଇନାଲ୍‌ ମ୍ୟାଚ୍‌ରେ ମ୍ୟାନ୍ ଅଫ ଦି ମ୍ୟାଚ୍ ଭାବେ ବିନୋଦ ଓ ଦ୍ୱିତୀୟ ସେମିଫାଇନାଲ୍‌ରେ ବୁବୁନଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ପୁରସ୍କୃତ କରା ଯାଇଥିଲା । ଉଭୟ ଦଳର ଖେଳାଳୀ ମାନଙ୍କୁ କ୍ରିକେଟ୍ କ୍ଳବ୍‌ର ମୁଖ୍ୟ ପରାମର୍ଶଦାତା ରଶ୍ମି ରଂଜନ ପ୍ରହରାଜ ପୁରସ୍କୃତ କରିଥିଲେ । ସମସ୍ତ ଖେଳ ପରିଚାଳନାରେ ଆମ୍ପେୟର ଟେକ, ସାନ, ବୁଲୁ ଓ ଆକାଶ ଏବଂ ଆୟୋଜକ କମିଟିର ଦେବେଶ ଷାଣ୍ଡ, ବିଭୂତି ମାଝୀ, ଆୟୁଷ, ବିଭୁ, ପିଣ୍ଟୁ, ଟେକ, ସାନ, ବଡ଼, ବୁଲୁ, ଆକାଶ ପ୍ରମୁଖଙ୍କ ଆୟୋଜନ କରିଥିଲେ । ଅଞ୍ଚଳରେ ପ୍ରଥମ କରି ରାତ୍ରକାଳୀନ କ୍ରିକେଟ୍‌ ମ୍ୟାଚ୍ ଆୟୋଜନ ହୋଇ ଥିବାରୁ ବହୁ ବିଳମ୍ବିତ ରାତି ପର୍ଯ୍ୟନ୍ତ କ୍ରୀଡ଼ା ପ୍ରେମୀମାନେ ଖେଳ ଉପଭୋଗ କରିଥିଲେ ।

Leave A Reply

Your email address will not be published.

17 − ten =