pakka

ସ୍ଥାନୀୟ ସମ୍ବଳ ଭିତ୍ତିକ ଉଦ୍ୟୋଗ ପାଇଁ ଚାରି ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

bbehera

କର୍ଲ।ମୁଣ୍ଡା, (ନରୋତ୍ତମ ସେଲମା) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଏସ୍‌ଭିଏ(ସହଭାଗୀ ବିକାଶ ଅଭିଯାନ) ସଭା ଗୃହଠାରେ ଇଣ୍ଡୋ ଗ୍ଲୋବାଲ ସୋସିଆଲ ସର୍ଭିସ ସୋସାଇଟି ପକ୍ଷରୁ ସ୍ଥାନୀୟ ସମ୍ବଳ ଭିତ୍ତିକ ଉଦ୍ୟୋଗ ପାଇଁ ଆଗ୍ରହୀ କୃଷକ ଦଳ ଓ କୃଷକ ଉତ୍ପାଦକ ଦଳର ଚିହ୍ନଟ ତଥା ଗଠନ ପକ୍ରିୟା ଉପରେ ଚାରି ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ସୁପୋଷଣ ପ୍ରୋଜେକ୍ଟରେ କାର୍ଯ୍ୟରତ କର୍ମୀ, ସିଲେକ୍ଟିଭ୍ ସମ୍ପ୍ରଦାୟର ସଦସ୍ୟ ଏବଂ ଅନ୍ୟ ପ୍ରୋଜେକ୍ଟର ସଦସ୍ୟମାନେ ଅଂଶଗ୍ରହଣ କରିଥିଲେ । ଏଥିରେ ତିନିଦିନ ଅଂଶଗ୍ରହଣକାରୀମାନେ ଶିକ୍ଷଣ ଏବଂ ଏକଦିନ କ୍ଷେତ୍ର ଅଭ୍ୟାସ ଜରିଆରେ ଉତ୍ପାଦ ବିଶ୍ଳେଷଣ, ଉତ୍ପାଦ ଚିହ୍ନଟ, ଉତ୍ପାଦ ପ୍ରାଥମିକତା, ଉତ୍ପାଦକ ଏକତ୍ରିକରଣ, କ୍ଲଷ୍ଟର ଚିହ୍ନଟ, ଡ୍ରାଫ୍ଟ ଆକଳନ ପ୍ରସ୍ତୁତି, ବ୍ୟବସାୟ ଯୋଜନା ବିକାଶ, ସାମୂହିକ ଯୋଜନା ବିଷୟରେ ଜାଣିବାକୁ ପାଇଥିଲେ । କାର୍ଯ୍ୟକ୍ରମରେ ଦକ୍ଷତା ବିକାଶ ସଂଯୋଜକ ଅମର କୁମାର ଗୌଡ଼, ଗ୍ରାମୀଣ ଜୀବିକା ବିକାଶ ଏକ୍ସପର୍ଟ କୃଷ୍ଣଚନ୍ଦ୍ର ସାହୁ ଯୋଗ ଦେଇ ତାଲିମ ପ୍ରଦାନ କରିଥିବା ବେଳେ ଓଡିଶା ରାଜ୍ୟ ସଂଯୋଜକ ବସନ୍ତ କୁମାର ପାଣିଗ୍ରାହୀ ଶିବିରକୁ ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗରୁଡ଼ ଭୋଇ, ଜନ୍ମେଜୟ ରାଉତ, ଅମ୍ବରିଷ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ ।

jay balangir
Leave A Reply

Your email address will not be published.

2 + seventeen =

error: Content is protected !!