csstore

ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ନାଇକେନପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଠାରେ ସୋନପୁର ବ୍ଲକ କଳାକାର ସଂଘରେ ପଞ୍ଜିକୃତ କଳାକାରମାନଙ୍କ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଡାକ୍ତରଖାନା ଅଧ୍ୟକ୍ଷକ ଡାକ୍ତର ସଂଗୀତା ଚୌଧୂରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ ଶିବିରରେ ଜନସ୍ଵାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ସାହୁ କଳାକାରମାନଙ୍କୁ ବିଭିନ୍ନ ସ୍ଵାସ୍ଥ୍ୟ କାର୍ଯ୍ୟକ୍ରମ ବିଷୟରେ ବୁଝାଇବା ସହ କିପରି ଲୋକ କଳାର ସଠିକ ବ୍ୟବହାର ଲୋକଙ୍କୁ ସ୍ଵାସ୍ଥ୍ୟ ସଚେତନ କରାଯାଇପାରିବ ସେ ବିଷୟରେ ସୂଚନା ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ବିପିଏମ ଅଶୋକ ମିଶ୍ର, ଆକାଉଣ୍ଟ ମେନେଜର ସୁଜିତ ସାହୁ, ସ୍ଵାସ୍ଥ୍ୟ ପରିଦର୍ଶକ ଶାନ୍ତ୍ଵନୁ ମେହେର ଏବଂ ସୀମାଞ୍ଚଳ ଦାସ ପ୍ରମୂଖ ଉପସ୍ଥିତ ଥିଲେ ।

jayashree
Leave A Reply

Your email address will not be published.