jsm

ମହାନତା ଦେଖାଇଲେ ପ୍ରଶାସନିକ କର୍ମଚାରୀ ଏବଂ ଉପଖଣ୍ଡ ସ୍ତରୀୟ ଅଧିକାରୀ

csstore

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ ଅନ୍ତର୍ଗତ ସାଲେପାଲି ଗ୍ରାମ ମଙ୍ଗଳ ପାଠାଗାର ଦ୍ୱାରା ବିଗତ ୧୯୯୧ ମସିହା ଅଗଷ୍ଟ ୧୫ ତାରିଖରୁ ଏକ ବୟୋଜ୍ୟେଷ୍ଠ ନାଗରିକ ଆବାସ ପରିଚାଳିତ ହୋଇଆସୁଅଛି । ଏହି ଆବାସରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ନିରାଶ୍ରୟ ତଥା ଅବହେଳିତ ବୟୋଜ୍ୟେଷ୍ଠ ବାପା ମା’ ମାନେ ଅନ୍ତେବାସୀ ଭାବରେ ରହିଛନ୍ତି । ଗତ ତା.୧୬/୧୧/୨୦୨୫ ଦିନ ଜଣେ ପୁରୁଷ ଅନ୍ତେବାସୀ ବଲାଙ୍ଗିର ଭୀମଭୋଇ ମେଡିକାଲରେ ଭର୍ତ୍ତି ହୋଇ ୪୨ ନମ୍ବର ବେଡ଼ରେ ଚିକିତ୍ସିତ ହେଉଛନ୍ତି । ଡାକ୍ତରୀ ପରୀକ୍ଷାରୁ ଜଣାପଡିଲା ଯେ ରୋଗୀଙ୍କ ରକ୍ତ ହୀନତା ଲକ୍ଷଣ ଅଛି । ଡାକ୍ତରଙ୍କ ପରାମର୍ଶ ଅନୁସାରେ ତାଙ୍କୁ ରକ୍ତ ଦେବାର ବ୍ୟବସ୍ଥା ପଡିବାରୁ ଅନ୍ତେବାସୀମାନଙ୍କ ଦାୟିତ୍ୱରେ ଥିବା ସରକାରୀ ପ୍ରଶାସନିକ ଅଫିସର କର୍ମଚାରୀ ଅମିତ କୁମାର ନାଏକ ଏବଂ ଉପଖଣ୍ଡ ସ୍ତରୀୟ ସାମାଜିକ ସୁରକ୍ଷା ଅଧିକାରୀ ସୁଶ୍ରୀ ସସ୍ମିତା ହୋତା, ଦିଲ୍ଲୀପ ସାହୁ ରକ୍ତ ଦାନ କରିଛନ୍ତି । ଅନୁଷ୍ଠାନର ଶିବ ପ୍ରସାଦ ସାହୁ ଓ ରମାକାନ୍ତ ସାହୁ ଅନ୍ତେବାସୀଙ୍କ‌‌ ଦେଖାଶୁଣା ପାଇଁ ସାଙ୍ଗରେ ଅଛନ୍ତି ।

yuvodaya
Leave A Reply

Your email address will not be published.