jsm

ଜବର ଦଖଲ ଉଚ୍ଛେଦ କଲା ପ୍ରଶାସନ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଖାସବାହାଲ ଖେଳ ପଡିଆର ଗୋଚର ଜମିରେ ଦୀର୍ଘ ବର୍ଷ ହେବ ଗାଁ ଲୋକେ ବିଭିନ୍ନ ପ୍ରତିଯୋଗିତା କରିବା ସହ ଖେଳକୁଦ କାର୍ଯ୍ୟ ମଧ୍ୟ କରିଥିଲେ ହେଲେ ଉକ୍ତ ଗାଁର ନିଁମେଇ ନାଏକ ବ୍ୟକ୍ତି ଜଣକ ଦୀର୍ଘ ୧୦ ମାସ ହେବ ଜୋର ଜବରଦସ୍ତ ଖେଳ ପଡିଆ ଠାରେ ଏକ ଘର ତିଆରି କରି ଖେଳପ୍ରେମୀଙ୍କ ମଧ୍ୟରେ ଗଣ୍ଡଗୋଳ କରି ଆସୁଥିଲେ । ଏହାକୁ ନେଇ ଗାଁ ଲୋକେ ଅନେକ ଥର ଉପଜିଲ୍ଲାପାଳ, ତହସିଲଦାରଙ୍କ ଠାରେ ଅଭିଯୋଗ କରିବା ସହ ଆନ୍ଦୋଳନ ମଧ୍ୟ କରିଥିଲେ କିନ୍ତୁ ପ୍ରଶାସନ ଚୁପ୍‌ଚାପ୍‌ ବସି ଥିଲା । ଗାଁ ଲୋକେ ରାସ୍ତାରୋକ କରିବୁ ବୋଲି ପ୍ରଶାସନକୁ ଚେତାବନୀ ଦେବା ପରେ ପୋଲିସ ପ୍ରଶାସନ, ତହସିଲଦାରଙ୍କ ଉପସ୍ଥିତରେ ବେଆଇନ ନିର୍ମାଣ ହୋଇ ଥିବା ଘର ଉପରେ ବୁଲଡୋଜର ଲଗାଇ ଭାଙ୍ଗି ଦେଇଛି ପ୍ରଶାସନ । ସରକାରଙ୍କ ଗୋଚର ଜମିରେ ଯେଉଁ ମାନେ ବି ଘର ତିଆରି କରିଛନ୍ତି ଆଗାମୀ ଦିନରେ ଜବର ଦଖଲ ଉଚ୍ଛେଦ କରାଯିବ ବୋଲି ତହସିଲଦାର ସୂଚନା ଦେଇଛନ୍ତି ।

yuvodaya
Leave A Reply

Your email address will not be published.