ଜିଲ୍ଲାରେ ଖରିଫ ଧାନ କିଣାରେ ପ୍ରଶାସନର ତତ୍ପରତା, ବିଭିନ୍ନ ସ୍ଥାନରେ ଯାଞ୍ଚ ଓ କାର୍ଯ୍ୟାନୁଷ୍ଠାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଟିଟିଲାଗଡ ସବଡିଭିଜନ ସ୍କ୍ୱାର୍ଡ ଦ୍ଵାରା ମୁରିବାହାଲ ବ୍ଲକର କିଶୋର ତ୍ରିପାଠୀ, ନି-ନୂଆପଡା, ଗ୍ରାମ ପଞ୍‌ଞ୍ଚାୟତ – ଲଖନାଙ୍କ ଠାରୁ ୨୨.୩୦କ୍ଵିଣ୍ଟାଲ ଧାନ ଏବଂ ଏକ ପିକ୍‌ଅପ ଭ୍ୟାନ ଜବତ କରାଯାଇଛି । ସେହିପରି ଉପରୋକ୍ତ ସ୍କ୍ୱାର୍ଡ ବଙ୍ଗୋମୁଣ୍ଡା ବ୍ଲକର ରଘୁନାଥ ସାହୁଙ୍କ ଘରୁ ୧୩୯.୫୩ କ୍ଵିଣ୍ଟାଲ ଧାନ ଜବତ କରିଛନ୍ତି । ବଲାଙ୍ଗିର ସବ ଡିଭିଜନ ସ୍କ୍ୱାର୍ଡ ବଇରାସର –ସୋନପୁର ଜାତୀୟ ରାଜପଥରେ ୪୧.୦୫ କ୍ଵିଣ୍ଟାଲ ଧାନ, ୧୧୦ ବସ୍ତାରେ ଟ୍ରାକ୍ଟର ଓ ଟ୍ରଲି ଏବଂ ୧୭.୫୦ କ୍ଵିଣ୍ଟାଲ ଧାନ, ୬୦ ଟି ବସ୍ତାରେ ବାଲେରୋ ପିକଅପ ସହ ଜବତ କରିଛନ୍ତି । ବଲାଙ୍ଗିର ଉପଜିଲ୍ଲାପାଳ ବିଭିନ୍ନ ମଣ୍ଡି ଓ ମିଲ ପରିଦର୍ଶନ କରିବା ସହ ଟେବେଡାମୁଣ୍ଡା ସ୍ଥିତ ନାରାୟଣୀ ପେଡି ପ୍ରୋସେସିଂ ଯାଇ ଉକ୍ତ ମିଲ ଠିକ୍‌ ଭାବେ କାର୍ଯ୍ୟ କରୁନଥିବା ବିଷୟ ତାଙ୍କ ରିପୋର୍ଟରେ ପ୍ରଦାନ କରିଛନ୍ତି । ଏହି ରିପୋର୍ଟ ଆଧାରରେ ଶ୍ରୀ ନାରାୟଣୀ ପେଡି ପ୍ରୋସେସିଂକୁ ଆଉ ଧାନ ନ ଉଠାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଉକ୍ତ ମିଲର ଏବଂ ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

Leave A Reply

Your email address will not be published.

1 × 5 =