pakka

ଆଦ୍ୟାଶକ୍ତି ନାରୀ ସଂଗଠନର ସପ୍ତମ ପ୍ରତିଷ୍ଠା ଦିବସ ପାଳିତ

bbehera

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟାଶକ୍ତି ନାରୀ ସଂଗଠନର ସପ୍ତମ ବାର୍ଷିକ ପ୍ରତିଷ୍ଠା ଦିବସ ଟାଉନ ବାଳିକା ବିଦ୍ୟାଳୟରେ ସଭାପତି କସ୍ତୁରୀ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ପାର୍ବଣରେ ବଲାଙ୍ଗିରର ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି, ଶିକ୍ଷାବିତ୍‌ ବିଜୟଲକ୍ଷ୍ମୀ ମିଶ୍ର ମୁଖ୍ୟବକ୍ତା ଓ ସଂଗଠନର ପ୍ରତିଷ୍ଠାତା ମଦନ ମୋହନ ରଥ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନାରୀ ସମାଜର ସାମଗ୍ରୀକ ବିକାଶରେ ସମାଜର ବିକାଶ ସମ୍ଭବ ତଥା ନାରୀ ସଚେତନତା ହୋଇ ପାରିଲେ ଏହା ସମ୍ଭବ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ସଂପାଦିକା ମାଳତୀ ଉଦ୍‌ଗାତା ବାର୍ଷିକ ବିବରଣୀ ପଠନ କରିଥିଲେ । ପୂର୍ବରୁ ହୋଇଯାଇଥିବା ରଂଗୋଲି, ମ୍ୟୁଜିକ ଚେୟାର, ସଂଗୀତ ଓ କୁଇଜ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ । ସଭା ପ୍ରାରମ୍ଭରେ ଆଦ୍ୟାଶକ୍ତିଙ୍କ ପୂଜାଅର୍ଚ୍ଚନା କରାଯାଇଥିଲା । ଅତିଥି ପରିଚୟ ପ୍ରଦାନ କରିଥିଲେ କବିତା ମିଶ୍ର ଓ ସଭା ପରିଚାଳନା କରିଥିଲେ ଜ୍ୟୋତିରାଣୀ ମିଶ୍ର । କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ନିହାରିକା ମିଶ୍ର, ବୀଣାପାଣି ଆଚାର୍ଯ୍ୟ, କୁସୁମ ଶତପଥି, ସଂଯୁକ୍ତା ମିଶ୍ର, ଚନ୍ଦନ ପଂଚାଲ ଓ ଶୋଭିନୀ ମହାଲିଙ୍ଗ । ଶେଷରେ ତପସ୍ୱିନୀ ପଶାୟତ ଧନ୍ୟବାଦ ଅର୍ପଣ କରିଥିଲେ ।

jay balangir
Leave A Reply

Your email address will not be published.

4 × 2 =