ଭକ୍ତ ଦାସିଆ ପୀଠରେ ମୁକ୍ତ ଚକ୍ଷୁ ପରୀକ୍ଷା ଶିବିର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଭକ୍ତ ଦାସିଆଙ୍କ ଜନ୍ମ ଓ ସାଧନ ପୀଠ ପୁରୀ ଜିଲ୍ଲାର ବାଲିଗାଁ ଠାରେ Vision Eye Care Home Sight Service, ଯାହାକି Magnizent Allianz Services Pvt. ପିପିଲି, ପୁରୀର ଏକ ଶାଖା କାର୍ଯ୍ୟାଳୟଙ୍କ ଦ୍ୱାରା ନିକଟସ୍ଥ ଗ୍ରାମ ଆଳିସ, ପ୍ରହରାଜପୁର, ଆବଲପୁର, ମଙ୍ଗଳପୁର, ନିର୍ମାଳା ମାନଙ୍କରୁ ୮୦ ଜଣ ଚକ୍ଷୁ ରୋଗରେ ଆକ୍ରାନ୍ତ ରୋଗୀମାନଙ୍କୁ ସଂସ୍ଥାର ପରିଚାଳନା ନିର୍ଦ୍ଦେଶକ ମହମ୍ମଦ କ୍ୱାସିବ୍‌ ଅପ୍‌ତାର, ନିର୍ଦ୍ଦେଶକ ପୁଷ୍ପାଞ୍ଜଳି ଦାସ, Optometrist ବାଦଲ ମହାନ୍ତି, Member Staff ସ୍ୱପ୍ନରାଣୀ ସ୍ୱାଇଁ, ରୁମିନା ବେଗମ, ତ୍ୟାବ୍‌ରେଜ ଅଲ୍ଲି, ମେହବୁବ ଅଲମଙ୍କ ଦ୍ୱାରା ଚକ୍ଷୁ ପରୀକ୍ଷା କରାଯାଇଥିଲା । ବିଭିନ୍ନ ଚକ୍ଷୁ ସମସ୍ୟାର କିପରି ଉତ୍ତମ ଚିକିତ୍ସା ବୟସ୍କ ବୃଦ୍ଧା, ବୁଦ୍ଧ ମାନଙ୍କୁ ମିଳିପାରିବ ସେହି ଲକ୍ଷ୍ୟ ନେଇ ଉକ୍ତ ଅନୁଷ୍ଠାନ ୨୦୧୮ରୁ ଅଦ୍ୟାବଧି ବିଭିନ୍ନ ସ୍ଥାନରେ ଶିବିର ମାଧ୍ୟମରେ ଏହାର ଉପଶମର ଲୋକମାନଙ୍କ ନିକଟରେ ପହଞ୍ଚାଇ ଆସୁଛନ୍ତି । ସାଧାରଣତଃ ୪୫ ବର୍ଷରୁ ଅଧିକ ବ୍ୟକ୍ତିମାନେ ମୋତିଆ ବିନ୍ଦୁରୁ ଦୃଷ୍ଟିଶକ୍ତି ହରାଇଥାନ୍ତି । ସେମାନଙ୍କୁ ଏଥିରୁ ମୁକ୍ତି କରିବା ନିମନ୍ତେ ବିଭିନ୍ନ ସ୍ଥାନରେ ଚକ୍ଷୁ ଶିବିର ମାଧ୍ୟମରେ ରୋଗୀକୁ ଘର ପାଖରେ ଚିକିତ୍ସା ପହଞ୍ଚାଇବା, ଉପଯୁକ୍ତ ଚଷମା ଯୋଗାଇଦେବା ଓ ମୁକ୍ତ ଭାବେ ମୋତିଆ ବିନ୍ଦୁ ଅପରେସନ କରାଇବା ଆଭିମୁଖ୍ୟ ନେଇ ଭକ୍ତ ଦାସିଆ ପୀଠରେ ୧୯ଜଣ ରୋଗୀଙ୍କୁ ମୁକ୍ତରେ ଅପରେସନ୍‌ କରାଇ ଦେବାକୁ ପଞ୍ଜିକୃତ କରିଥିଲେ । ଭକ୍ତ ଦାସିଆ ସ୍ମୃତି କମିଟିର ସାଧାରଣ ସଂପାଦକ ଡ. ଘନଶ୍ୟାମ ସ୍ୱାଇଁ ଅନୁଷ୍ଠାନର ସମସ୍ତ ସଦସ୍ୟଙ୍କୁ ଏପରି ସାମାଜିକ ମଙ୍ଗଳ କାର୍ଯ୍ୟ ନିମନ୍ତେ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଏହି ଶିବିରକୁ ଅଧିକ ବ୍ୟାପକ କରିବାକୁ ଅନୁରୋଧ କରିଥିଲେ ।

Leave A Reply

Your email address will not be published.

14 + five =