om academy

ଶୀତକାଳୀନ କବିତା ଆସର ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଶିଶୁ ବିକାଶ କେନ୍ଦ୍ର, ପୂଜ୍ୟପୂଜା ସେବା ସଂଗଠନ ଓ ଆଦ୍ୟାଶକ୍ତି ନାରୀ ସଂଗଠନର ସହଭାଗିତାରେ ବିଷ୍ଣୁମୁଣ୍ଡା ଠାରେ ବିଶିଷ୍ଟ ଶିକ୍ଷାବିତ୍‌ ଗିରିଜା ଶଙ୍କର ରଥଙ୍କ ଅଧ୍ୟକ୍ଷତାରେ ଏକ ଶୀତକାଳୀନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଏହି ଆସରରେ କବି ଚୁଡେନ୍ଦ୍ର କୁମାର ବେହେରା, କପିଳ ପତି, ଧିରେନ୍ଦ୍ର ନାରାୟଣ ସିଂଦେଓ, କବିତା ମିଶ୍ର, ନିହାରିକା ମିଶ୍ର, ତପସ୍ମିନୀ ପଶାୟତ, ବଳିଷ୍ଠ ପଧାନ, କସ୍ତୁରୀ ରଥ, ହୃଷିକେଶ ପୁରୋହିତ, ଡା. ଅଶୋକ କୁମାର ସେଠୀ ଓ ପ୍ରଦୀପ ପଶାୟତ କବିତା ପଠନ କରିଥିଲେ । ଏହି କବିତା ପାଠୋତ୍ସବ କବି ରତ୍ନମୟ ତ୍ରିପାଠୀଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିଲା । ଡାକ୍ତର ଲକ୍ଷ୍ମୀପ୍ରିୟା ସେଠୀ ‘ମାନସିକ ଶାନ୍ତି କିପରି ସମ୍ଭବ’ ଶୀର୍ଷକ ଆଲୋଚନା କରିଥିଲେ । ଏହି ପାର୍ବଣରେ ଅକ୍ଷରର ସଂପାଦକ ତଥା ଶିଶୁ ସାହିତ୍ୟିକ ହୃଷିକେଶ ପୁରୋହିତଙ୍କୁ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ମଧୁ ସାହୁ, ଦୁର୍ଗା ସାହୁ ଓ ପ୍ରଶାନ୍ତ କୁମାର ଷଡଙ୍ଗୀ । ଶେଷରେ ମଦନ ମୋହନ ରଥ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

17 − thirteen =