ଖବରକାଗଜ ହକରଙ୍କ ଅକାଳ ବିୟୋଗ

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକର ରିଷିଡା ଅଞ୍ଚଳରେ ଖବରକାଗଜର ବିତରକ(ହକର) ଥିବା ଗୟାଧର ନାଏକଙ୍କ ଆଜି ଅକାଳ ବିୟୋଗ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୬ବର୍ଷ ହେଉଥିଲା । ସେ ଜଣେ ଲୋକପ୍ରିୟ ଯୁବକ ଥିଲେ । ଗ୍ରାମର ପ୍ରତ୍ୟେକ ସଭାସମିତିର ନୋଟିସ ବୁଲାଇବା, ନିମନ୍ତ୍ରଣ କାର୍ଡ ବାଣ୍ଟିବା, ଲୋକଙ୍କୁ ବିଭିନ୍ନ ଖବର ଦେବା କାର୍ଯ୍ୟରେ ସେ ଆଗ ଖୋଜା ପଡୁଥିଲେ । ରିଷିଡା ଗାନ୍ଧୀନଗରପଡାର କବିରାଜ ନାଏକଙ୍କ ଏକମାତ୍ର ପୁତ୍ର ଗୟାଧରଙ୍କର ମଧ୍ୟ ଗୋଟିଏ ୧୨ବର୍ଷର ଝିଅଟିଏ ଅଛି । ପୁତ୍ରକୁ ଅକାଳରେ ହରାଇ ବୃଦ୍ଧ ବାପା, ମା’ ଶୋକରେ ବୁଡ଼ିଯାଇଥିବା ବେଳେ ତାଙ୍କ ବିଧବା ପତ୍ନୀ ଓ ଝିଅ ବି ବାହୁନି ବାହୁନି କାନ୍ଦୁଛନ୍ତି । ତାଙ୍କ ଶବଧାରରେ ପ୍ରେସ କ୍ଲବ ସଭାପତି ନରୋତ୍ତମ ସେଲମା, ବରିଷ୍ଠ ସାମ୍ବାଦିକ କମ୍ବୁପାଣି ସାହୁ, ସତ୍ୟନାରାୟଣ କୁମାର, ସହପାଠୀ ତଥା ରିଞ୍ଜା ହାଇସ୍କୁଲ ଶିକ୍ଷକ ବେଲାର ପୁଟେଲଙ୍କ ସହ ବହୁଲୋକ ସାମିଲ ହୋଇଥିଲେ ।

Leave A Reply

Your email address will not be published.

16 − seven =