ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସାନ୍ଧ୍ୟ ରଜନୀରେ ଲକ୍ଷାଧିକ ସମାଗମ : କ୍ଲାସିକାଲ ନୃତ୍ୟରେ ଦୁଲକୀ ଉଠିଲା ମଞ୍ଚ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗୋପାଳପୁର ବେଳାଭୂମି ମହୋତ୍ସବର ୪ର୍ଥ ସାନ୍ଧ୍ୟ ରଜନୀରେ ପ୍ରବଳଭିଡ଼ ପରିଲିଖିତ ହୋଇଛି । ପଲ୍ଲୀଶ୍ରୀ ମେଳାର ସାମ୍ନାରେ ଦିନବେଳା ଅପରାହ୍ଣରୁ ଆରମ୍ଭ ହେଉଛି, ଆଞ୍ଚଳିକ ଲୋକକଳା ନୃତ୍ୟ, ଏହି ନୃତ୍ୟ ମଞ୍ଚସ୍ଥ ବେଳେ ଆଗରୁ ଆସୁଥିବା ଅଗଣିତ ଦର୍ଶକଙ୍କୁ ଖୁସି ଭରି ଦେଇଛି । ମୁଖ୍ୟ ଷ୍ଟେଜରେ ବିଭିନ୍ନ ଜିଲ୍ଲାର ଲୋକନୃତ୍ୟ, ଶାସ୍ତ୍ରୀୟ ନୃତ୍ୟ, କ୍ଲାସିକାଲ ନୃତ୍ୟାଙ୍ଗନାଙ୍କ ଚିତାକର୍ଷକ ନୃତ୍ୟତାଳରେ ଏବଂ ବେଶଭୂଷାର ଅପରୂପ ସୋନ୍ଦର୍ଯ୍ୟରେ ଦର୍ଶକଙ୍କୁ ବେଶ ମନମୁଗ୍ଧ କରିଛି । ବ୍ରହ୍ମପୁରର ଗଞ୍ଜାମ କଳା ପରିଷଦ ପକ୍ଷରୁ ଓଡ଼ିଶୀ ନୃତ୍ୟ, ଛତ୍ରପୁରର ଖ୍ୟାତନାମା ଓଡିଶୀଶିଳ୍ପୀ ଅଳକା ସାହୁ ଓ ସାଥୀଙ୍କ କଳା ପ୍ରଦର୍ଶନ, ଛତ୍ରପୁରର ନିଉ- ଟାଲେଣ୍ଟ ଏକାଡେମୀ, ଡ଼ି.ଏସ.ଆର. ଡେନ୍ସଗୃପର କ୍ଲାସିକାଲ ନୃତ୍ୟ, ଶ୍ରୀଜଗନ୍ନାଥ କଳାନିକେତନ, ବ୍ରହ୍ମପୁରର ଓଡ଼ିଶୀନୃତ୍ୟ ଗୃପ, ଗୁରୁ କେଳୁଚରଣ ଲୋକନୃତ୍ୟ ଗୃପ ବ୍ରହ୍ମପୁର, ସମ୍ବଲପୁର ଓ କନ୍ଧମାଳର ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଲୋକନୃତ୍ୟ ପରିବେଷଣ ଏବଂ ପଶ୍ଚିମବଙ୍ଗର ବୀଣାପାଣି ଛଉନୃତ୍ୟ ପରିବେଷଣ ଖୁବ ଆକର୍ଷଣୀୟ ହୋଇଥିଲା । ଗେଟପାସ, ଅତିଥି ପାସ, ଭାଇକିଲ ପାସରେ ପ୍ରବଳ କଟକଣା ଲାଗିଥିବା ବେଳେ କାର ପାର୍କିଂ, ଯାନବାହାନ ପାର୍କିଂରେ ପୋଲିସ ପ୍ରବଳ କାଠିକର କଟକଣା ଲାଗାଇଛନ୍ତି । ମଙ୍ଗଳବାର, ୪ର୍ଥ ସନ୍ଧ୍ୟାରେ ଲକ୍ଷାଧିକ ଦର୍ଶକଙ୍କ ଭିଡ଼ ଜମିଥିବା ଦେଖାଦେଇଥିଲା । ଭିଆଇପି ପାସ ଗ୍ୟାଲେରୀକୁ ଯିବା ପାଇଁ ଗତକାଲି ଆଉ ଆଜି ମଧ୍ୟ ନକଲି ପାସ ଯାଞ୍ଚ ବେଳେ ଧରାପଡିଛନ୍ତି । ନକଲି ପାସ ଧରିଥିବା ଲୋକଙ୍କୁ ପ୍ରବେଶ ପଥରେ ନିଷେଧ କରିଦିଆଯାଇଛି । ଗୋପାଳପୁର ବେଳାଭୂମି ମହୋତ୍ସବର ଦୁଇଟି କ୍ଷେତ୍ରରେ ଯାତ୍ରୀ ଓ ଦର୍ଶକଙ୍କୁ ଅଣଦେଖା କରାଯାଇଛି । ଯାହାକି ସମ୍ପୂର୍ଣ୍ଣ ଅବହେଳା କରାଯାଇଛି, ଏ ଦିଗରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ଦୃଷ୍ଟି ପଡ଼ିନାହିଁ । ଯାହାକି, ପୁରୁଣା ଷ୍ଟେଜ ଅବା ଆଞ୍ଚଳିକ ଲୋକକଳା ମଞ୍ଚ ନିକଟରେ ମଞ୍ଚସ୍ଥ କାର୍ଯ୍ୟକ୍ରମ ଅପରାହ୍ନ ୩ଘଣ୍ଟା ୩୦ମିନଟରୁ ସନ୍ଧ୍ୟା ୬ଘଣ୍ଟା ମଧ୍ୟରେ ସମ୍ପନ୍ନ ହୋଇଥାଏ । ତେବେ ଏଠାରେ ଏହି କାର୍ଯ୍ୟକ୍ରମ ସରିବା ପରେ ଏହି ଷ୍ଟେଜରୁ ମୁଖ୍ୟ ଷ୍ଟେଜର କାର୍ଯ୍ୟକ୍ରମର ସିଧାପ୍ରସାରଣ ଏଲ୍‌ଇଡ଼ି ୱାଲ ପ୍ରୋଜେକ୍ଟର ମାଧ୍ୟମରେ ଦେଖାଯିବାର ବନ୍ଦୋବସ୍ତ ହୋଇଛି । କିନ୍ତୁ ଏହି ପ୍ରସାରଣରେ ଅନେକ ବ୍ୟାଘାତ ସୃଷ୍ଟି ହେଉଛି ଏବଂ ଶବ୍ଦ ପ୍ରକାଶ ହେଉନାହିଁ । ଅଗଣିତ ଦର୍ଶକଙ୍କ ନିମନ୍ତେ ବ୍ୟବସ୍ଥିତ ଏହି କାର୍ଯ୍ୟକ୍ରମ ସୁଫଳ ହୋଇପାରିଲା ନାହିଁ । ଏ କ୍ଷେତ୍ରରେ ଦର୍ଶକଙ୍କ ମଧ୍ରରେ ଅସନ୍ତୋଷ ଓ କ୍ଷୋଭ ପ୍ରକାଶ ପାଇଛି । ସେହିପରି ମୁଖ୍ୟଷ୍ଟେଜ ପଛପଟେ ରହିଥିବା ସୁଦର୍ଶନ ପଟ୍ଟନାୟକଙ୍କ ସାଣ୍ଟାକ୍ଲଜ ବାଲୁକା ଶିଳ୍ପକଳା କାହାର ଦୃଷ୍ଟିଗୋଚର ହୋଇପାରୁନାହିଁ । ତାହାକୁ ଚତୁର୍ଦିଗରେ ବସ୍ତ୍ରଆବରଣ କରି ଦିଆଯାଇଥିବା ବେଳେ ସେହି ପଟ୍ଟକୁ କାହାରିକୁ ଦେଖିବା ପାଇଁ ସୁଯୋଗ ଦିଆଯାଇନାହିଁ । କେବଳ ଯଦି ଭି.ଭି.ଆଇ.ପି ଚାହିଁବେ ତାଙ୍କୁ ଦେଖିବା ପାଇଁ ପୋଲିସବାହିନୀ ନିଜ ସହ ନେଇ ଯାଉଛନ୍ତି ଏବଂ କେବଳ ନିୟୋଜିତ ପୋଲିସବାହିନୀ ଏହାର ସେଲ୍ଫି ଫଟୋ ନେଇ ମଜା ଉଠାଉଛନ୍ତି ବୋଲି ଅଭିଯୋଗ ହୋଇଛି । ଗୋପାଳପୁର ବେଳାଭୂମି ମହୋତ୍ସବର ଚଳିତ ବର୍ଷର ଏହି ଦୁଇଟି ବିରାଟ ତୃଟି ରହିଥିବା ହେତୁ ଗଞ୍ଜାମ ଜିଲ୍ଲାପାଳ ଏ ଦିଗରେ ବିଶେଷ ଧ୍ୟାନ ଦେବା ଜରୁରୀ ବୋଲି ମତ ପ୍ରକାଶ ପାଇଛି । ଅନ୍ୟ ସମସ୍ତ କ୍ଷେତ୍ରରେ ଶୃଙ୍ଖଳିତ ପଦକ୍ଷେପ ଓ ସାଧୁବାଦର ପଦକ୍ଷେପ ହୋଇଛି ବୋଲି ଜନସାଧାରଣରେ କୁହାଯାଇଛି ।

Leave A Reply

Your email address will not be published.

14 + fourteen =