csstore

ବ୍ଳକ ଅଧ୍ୟକ୍ଷ ହେବ ତ ଏମିତି : କୁମରମଣୀଙ୍କୁ ଭୂରି ଭୂରି ପ୍ରଶଂସା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଳକ ବୈଦପାଲି ଗ୍ରାମ ଅଧିବାସୀ ମାନଙ୍କ ଦୀର୍ଘଦିନ ସ୍ୱପ୍ନ ପୂରଣ ଦିଗରେ ଯତ୍ନବାନ ହୋଇ ବର୍ତ୍ତମାନ ରାଜବୋଡାସମ୍ବର ବ୍ଳକ ଅଧ୍ୟକ୍ଷ କୁମରମଣୀ ନାୟକ ବରଗଡ଼ ଜିଲ୍ଲାପାଳ ଏବଂ ପିଡି ଡିଆରଡିଏଙ୍କୁ ଭେଟି ପୋଲ କେମିତି ଅତିଶୀଘ୍ର ନିର୍ମାଣ ହୋଇ ପାରିବ ସେନେଇ ଆଲୋଚନା ପରେ ଏହାର ଆପ୍ରୁଭାଲ ଅତିଶୀଘ୍ର ହୋଇ କାମ ଆରମ୍ଭ ହେବ ବୋଲି ଜଣାପଡିଛି । ବୈଦପାଲି ଗ୍ରାମବାସୀ ପୋଲଟିଏ ପାଇଁ ଭୋଟ ବର୍ଜନ ମଧ୍ୟ ବିଗତ ଦିନରେ କରି ଥିଲେ ନୂଆପାଲିରୁ ବୈଦପାଲିକୁ ସଂଯୋଗୀକରଣ ପାଇଁ ଏକ ନାଳାରେ କଲଭଟ ପାଇଁ, ଯାହା ବିଭିନ୍ନ ସମ୍ବାଦପତ୍ର ତଥା ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ ହୋଇଥିଲା । ତାକୁ ଦୃଷ୍ଟିରେ ରଖି ଶ୍ରୀ ନାୟକ ଏକ ପ୍ରକାର ସଙ୍କଳ୍ପ କରିଥିଲେ ଯେ, ”ମୁଁ ନିଶ୍ଚିତ ମୋ ୫ ବର୍ଷର ଶାସନ ଭିତରେ ତାହା କରିବି ଏବଂ ଲୋକଙ୍କ ସୁନେଲି ସ୍ୱପ୍ନକୁ ସାକାର କରିବି” । ବାସ୍ତବରେ ତାହାହିଁ ହେଲା । ଏବେ ଲୋକେ କୁହାକୁହି ହେଲେଣି ଏହି ଯେ, ବ୍ଳକ ଅଧ୍ୟକ୍ଷ ହେବ ତ ଏମିତି ।

jayashree
Leave A Reply

Your email address will not be published.