csstore

ଚାଷୀଙ୍କ ସମସ୍ୟା ନେଇ ବିଜେପି ପକ୍ଷରୁ ଯୋଗାଣ ଅଧିକାରୀଙ୍କ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚାଷୀଙ୍କ ସମସ୍ତ ଧାନ କ୍ରୟ ପାଇଁ ରାଜ୍ୟର ସମସ୍ତ ମଣ୍ଡି ଖୋଲା ରଖିବା ଦାବୀ ନେଇ ଆଜି ବଲାଙ୍ଗିର ବିଜେପି ପକ୍ଷରୁ ଯୋଗାଣ ଅଧିକାରୀଙ୍କ କାର୍ୟ୍ୟାଳୟ ଘେରାଉ କରାଯାଇଥିଲା । ଏଥିରେ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଲୋଇସିଂହା ବିଧାୟକ ଡଃ. ମୁକେଶ ମହାଲିଙ୍ଗ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଭାରତୀ ମହାନନ୍ଦ, ବିଜେପି ଜିଲ୍ଲା ସଭାପତି ଶିବାଜୀ ମହାନ୍ତି, ରାଜ୍ୟ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ଲକ୍ଷ୍ମଣ ବାଜ, ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ମାଧବ ସାଏ, ଅନନ୍ତ ଦାସ, ଅମିତ ସିଂହ ନିନା, ରାକେଶ ମିଶ୍ର, ଚିତ୍ତ ମିଶ୍ର, ପୀତାମ୍ବର ଖମାରୀ, ମୁକେଶ ଜୈନ, ଦୀନେଶ ଶର୍ମା, ନର୍ସିଂ ସିଂ, ରଞ୍ଜିତା ପାଣିଗ୍ରାହୀ, ବନଶ୍ରୀ ଆଚାର୍ୟ୍ୟ, ରଶ୍ମିରେଖା ଦାନୀ, ସସ୍ମିତା ବେହେରା, ସଞ୍ଜୁ ନାୟକ, ସରିତା ଯୋଶୀ, ସୌଦାମିନୀ ମିଶ୍ର ତଥା ବହୁ ବରିଷ୍ଠ କର୍ମକର୍ତ୍ତା, ବିଜେପି ମହିଳା ମୋର୍ଚ୍ଚା ଓ ଯୁବମୋର୍ଚ୍ଚାର ଅନେକ କାର୍ୟ୍ୟକର୍ତ୍ତା ଯୋଗ ଦେଇଥିଲେ ।

jayashree
Leave A Reply

Your email address will not be published.