ପ୍ରକୃତି ବନ୍ଧୁ ପୁରସ୍କାର ପାଇଲେ ତ୍ରିଲୋଚନ ସାହୁ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି ତ୍ରିଲୋଚନ ସାହୁ । ପାଟଣାଗଡ଼ ବ୍ଲକର ତ୍ରିଲୋଚନ ସାହୁ ଯିଏ କି ତମିଆଁ ଗ୍ରାମର ନିବାସୀ । ଚଳିତ ବର୍ଷ ୨୦୨୨-୨୩ ପାଇଁ ପ୍ରକୃତି ବନ୍ଧୁ ପୁରସ୍କାର ପାଇଛନ୍ତି । ଜିଲ୍ଲାସ୍ତରୀୟ ବିଶ୍ଵ ପରିବେଶ ଦିବସରେ ତାଙ୍କୁ ପୁରସ୍କୃତ କରାଯାଇଛି । ତ୍ରିଲୋଚନଙ୍କୁ “ଗଛ ମଣିଷ ତ୍ରିଲୋଚନ” ଭାବରେ ଅଞ୍ଚଳରେ ସମସ୍ତେ ଜାଣନ୍ତି । ପିଲାଟି ଦିନରୁ ଗଛ ପ୍ରତି ତାଙ୍କ ସ୍ନେହ ଭାବ ରହି ଆସିଥିଲା । ସେ ତାଙ୍କ ସମସ୍ତ ସମ୍ପର୍କୀୟଙ୍କ ଜନ୍ମ ଦିବସ, ବିବାହ ବାର୍ଷିକୀ, ବିବାହ କାର୍ଯ୍ୟକ୍ରମରେ ଯୋଗ ଦେଲେ ଏକ ଗଛ ଉପହାର ରୂପେ ଭେଟି ଦିଅନ୍ତି । ତ୍ରିଲୋଚନଙ୍କୁ ପ୍ରକୃତି ବନ୍ଧୁ ପୁରସ୍କାର ମିଳିବା ଖବର ଶୁଣି ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି ।

Leave A Reply

Your email address will not be published.

3 × three =