pakka

ପ୍ରଜାପିତା ବ୍ରହ୍ମାକୁମାରୀର ଆଧ୍ୟାତ୍ମିକ କାର୍ଯ୍ୟକ୍ରମ

bbehera

ସିନାପାଲି, (ନିରାକାର ମେହେର) : ପ୍ରଜାପିତା ବ୍ରହ୍ମାକୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ଖଡ଼ିଆଳ ଶାଖା ତରଫରୁ ଶିବରାତ୍ରି ସପ୍ତାହ ପାଳନ ଅବସରରେ ସିନାପାଲି ଜଗନ୍ନାଥ ଛକଠାରେ ଆଧ୍ୟାତ୍ମିକ ସ୍ନେହ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଉକ୍ତ ଶାଖାର ବ୍ରହ୍ମକୁମାରୀ ସୂର୍ଯ୍ୟକାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା । ଶିବରାତ୍ରିର ଆଧ୍ୟାତ୍ମିକ ରହସ୍ୟ ଶୀର୍ଷକ ପ୍ରବଚନ, ବିଶ୍ୱ ଅଜ୍ଞାନ ଅନ୍ଧକାର ଦୂରୀକରଣ, ତମସିକତାରୁ ମୁକ୍ତି ପ୍ରଦାନ ନେଇ ଆଲୋଚନା ହୋଇଥିଲା । ମୁଖ୍ୟ ଅତିଥି ଭାବେ ସାମ୍ବାଦିକ ଅଜିତ ଯୋଶୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ସଦସ୍ୟା ଆଶା ଜୈନ, ଅବସରପ୍ରାପ୍ତ ଶିକ୍ଷକ କସ୍ତୁଭମଣି ପାତ୍ର ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

1 × 4 =