ଗଞ୍ଜାମ ଥାନା ପୋଲିସ କର୍ମଚାରୀଙ୍କୁ ଆକ୍ରମଣ : ଅଭିଯୁକ୍ତଙ୍କୁ ଗିରଫ କଲା ଗଞ୍ଜାମ ପୋଲିସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅନ୍ତର୍ଗତ ପୁଇଁତଲା ୧୬ ନମ୍ବର ଜାତୀୟ ରାଜପଥ କଡରେ ଏକ ଦୋକାନରେ ଚୋରି ମଦ ବିକ୍ରି ହେଉଥିବା ଖବର ପାଇ ଚୋରା ମଦ ରୋକିବାକୁ ଯାଇଥିବା ଗଞ୍ଜାମ ଥାନା ପୋଲିସ ଉପରେ ଆକ୍ରମଣ ହେଇଥିଲା । ଗତକାଲି ବିଳମ୍ବିତ ରାତ୍ରିରେ ନବଘନ ବିଶ୍ୱାଳଙ୍କ ଦୋକାନରେ ମଦ ବିକ୍ରି କରୁଥିବା ଖବର ପାଇ ଗଞ୍ଜାମ ଥାନା ପୋଲିସ ଚଢ଼ାଉ କରିଥିଲା । ଫଳରେ ନବଘନ ବିଶ୍ୱାଳ ପୋଲିସ ଉପରେ ଆକ୍ରମଣ କରିଥିବା ସୂଚନା ମିଳିଛି । ଆକ୍ରମଣରେ ଜଣେ ଏଏସ୍‌ଆଇଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି । ୪ ଜଣ ଆହତ ପୋଲିସ କର୍ମଚାରୀ ହେଲେ ଏଏସ୍‌ଆଇ ଜି. ଅନନ୍ତ ରାଓ, ଅନିରୁଦ୍ଧ ସ୍ୱାଇଁ, ପ୍ରଭାତ ନାୟକ ଓ ଶିବ ପ୍ରସାଦ ଶବର । ମିଳିଥିବା ସୂଚନା ମୁତାବକ ପୁଇଁତଲା ଛକରେ ମଦ ବିକ୍ରି ହେଉଥିବା ଖବର ପାଇ ପୋଲିସ ଚଢ଼ାଉ କରିଥିଲା । ପୁଲିସକୁ ଚଢ଼ାଉ କରିବାକୁ ନଦେଇ ପୋଲିସ ଉପରକୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା । ଜବତ ବେଳେ ଅଭିଯୁକ୍ତଙ୍କ ଦୋକାନରୁ କିଛି ଧାରୁଆ ଅସ୍ତ୍ର ପୋଲିସ ଜବତ କରିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ଅଭିଯୁକ୍ତ ନବଘନ ବିଶ୍ୱାଳଙ୍କୁ ଗିରଫ କରି ଏନେଇ ୬୮/୨୪ରେ ଏକ ମାମଲା ରୁଜୁ କରିଥିବା ସୂଚନା ମିଳିଛି । ଏପରିକି ପୂର୍ବରୁ ମଧ୍ୟ ଚୋରା ମଦ କାରବାରରେ ସେ ଗିରଫ ହୋଇଥିଲା । ଗଞ୍ଜାମ ଥାନା ନିକଟରୁ ମାତ୍ର ଦୁଇଶହ ମିଟର ଦୂରରେ ଘଟିଛି ଏହି ଘଟଣା ।

Leave A Reply

Your email address will not be published.

20 − thirteen =