କାନ୍ଥ ଭାଙ୍ଗି ଏଟିଏମ ଲୁଟ୍ ଅଭିଯୋଗ

ସୁନ୍ଦରଗଡ଼ : କାନ୍ଥ ଭାଙ୍ଗି ଏଟିଏମ ଲୁଟ କଲେ ଲୁଟେରା । ମିଳିଥିବା ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ ସୁନ୍ଦରଗଡ଼ ସଦର ଥାନା ମହୁଲପାଲିରେ ଘର କାନ୍ଥ ଭାଙ୍ଗି ହିଟାଚିର ଏଟିଏମ୍‌ରୁ ଟଙ୍କା ଲୁଟ୍ ହୋଇଛି । ଖବର ପାଇ ପୁଲିସ ଓ ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ରାତିରେ ଦୁର୍ବୃତ୍ତମାନେ ଏଟିଏମ୍ ଥିବା କୋଠରିର ପଛପଟ କାନ୍ଥ ଭାଙ୍ଗି ଭିତରେ ପଶି ଗ୍ୟାସ କଟରରେ ଏଟିଏମ୍‌ କାଟି ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି । ତେବେ କେତେ ଟଙ୍କା ଲୁଟ୍ ହୋଇଛି ତାହା ଜଣା ପଡିନାହିଁ ।

Leave A Reply

Your email address will not be published.

6 + eight =

error: Content is protected !!