ରାଜ୍ୟ ସରକାରଙ୍କ ବସ୍ତି ଉନ୍ନୟନ ଯୋଜନା ସମ୍ବଲପୁରରେ ପ୍ରହସନ ପାଲଟିଛି

ସମ୍ବଲପୁର, (ଦାମୋଦର ପଣ୍ଡା) : ସହରାଞ୍ଚଳରେ ଭୂମିହୀନ ବସ୍ତି ବାସିନ୍ଦାଙ୍କ ପାଇଁ ଆବାସ ଯୋଗାଇ ଦେବାକୁ ସରକାରଙ୍କ ଏକ ଯୋଜନ ରହିଛି ‘ଏଫୋଡେବୁଲ୍ ହାଉସିଂ ସ୍କିମ୍’, ଯେଉଁଥିରେ ଏକ ଚିହ୍ନଟ ସ୍ଥାନରେ ବଡ ଆପାର୍ଟମେଣ୍ଟ ତିଆରି କରି ଭୂମିହୀନଙ୍କୁ ଦିଆଯିବ । ମାତ୍ର ସମ୍ବଲପୁର ମହାନଗର ନିଗମ ଏହି ଯୋଜନାରେ ଚାରିଟି ସ୍ଥାନରେ ଜମି ଚିହ୍ନଟ କରି ଚୁପ୍ ହୋଇ ବସି ରହିଛି । ସୂଚନା ଅନଯାୟୀ, ନିଗମ ଅନ୍ତର୍ଗତ ସିଟି ରେଳ ଷ୍ଟେସନ ଅଞ୍ଚଳ, କେନ୍ଦ୍ରୀୟ ବିଦ୍ୟାଳୟ ନିକଟ, ଲରପଂକ୍ ମୌଜା, ରେମେଡ୍ ଆଦି ସ୍ଥାନରେ ୬ ଏକର ଜମି ଚିହ୍ନଟ କରାଯାଇଛି ଓ ଆବାସ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି।
ସେହିପରି ଏସଡିଏ ତରଫରୁ କମ୍ପୋଜିଟ ହାଉସିଂ ସ୍କିମରେ ଦେହେରିପାଲି ଓ ଶାଳିଆ ବଗିଚା ଠାରେ ସୁଲଭ ମୂଲ୍ୟରେ ପ୍ଲଟ ଯୋଗାଇ ଦେବା ପାଇଁ ଜମି ଚିହ୍ନଟ କରାଯାଇଛି । ମାତ୍ର ପ୍ରଶାସନିକ ଅବହେଳା ଓ ଖାମଖିଆଲି ନୀତି ଯୋଗୁଁ ଏହି ଯୋଜନାର ସୁଫଳ ମିଳିପାରୁ ନାହିଁ । ରାଜ୍ୟ ସରକାରଙ୍କ ବସ୍ତି ଉନ୍ନୟନ ଯୋଜନା ବସ୍ତୁତଃ ସମ୍ବଲପୁରରେ ଏକ ପ୍ରହସନ ପାଲଟିଛି ।

Leave A Reply

Your email address will not be published.