ବାବରୀ ବିଧ୍ୱଂସ ମାମଲାର ଶୁଣାଣି ଏଇ ଅଳ୍ପ ସମୟ ମଧ୍ୟରେ : କୋର୍ଟକୁ ପହଂଚିଲେ ଜଜ୍‌

ଲଖ୍‌ନଉ : ବାବରୀ ବିଧ୍ୱଂସର ୨୮ ବର୍ଷ ପରେ ଆଜି ସ୍ପେସିଆଲ ସିବିଆଇ କୋର୍ଟର ଶୁଣାଣି ହେବ ଏଇ ଅଳ୍ପ ସମୟ ମଧ୍ୟରେ । ତେବେ ସ୍ପେସିଆଲ ସିବିଆଇ କୋର୍ଟର ଜଜ୍‌ ସୁରେନ୍ଦ୍ର ଯାଦବ କୋର୍ଟ ପହଂଚି ସାରିଛନ୍ତି । ଅଭିଯୁକ୍ତ ଚଂପତ ରାୟ ଏବଂ ବଜରଙ୍ଗ ଦଳର ପ୍ରକାଶ ଶର୍ମା, ରାମବିଳାସ ବେଦାନ୍ତି, ବିଜେପି. ସାଂସଦ ଲଲ୍ଲୁ ସିଂହ, ପୱନ ପାଣ୍ଡେୟ, ସାଧ୍ୱୀ ଋତୁମ୍ଭରା ମଧ୍ୟ କୋର୍ଟ ପହଂଚିଛନ୍ତି । ତେବେ ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡ଼ଭାନୀ, ମୁରଲୀ ମନୋହର ଯୋଷୀ, ଉମା ଭାରତୀଙ୍କ ସହ ସମସ୍ତ ଅଭିଯୁକ୍ତ କୋର୍ଟରେ ହାଜର୍‌ ହେବାକୁ କୁହାଯାଇଛି । ତେବେ ଆଜି ୧୨ଟା ମଧ୍ୟରେ ଶୁଣାଣି ହେବ ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.