ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ମୁନିଦା ଗ୍ରାମପଂଚାୟତର ମୋହନପୁର ଗ୍ରାମର ଆରାଧ୍ୟ ଠାକୁରାଣୀ ମା’ କ୍ଷେତ୍ରପାଳୀଙ୍କ ପୀଠସ୍ଥଳୀରେ ଅଷ୍ଟପ୍ରହରୀ ନମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । କଳସ ଯାତ୍ରା, ପଣ୍ଡିତ ପୁରୋହିତମାନଙ୍କ ଦ୍ଵାରା ମଙ୍ଗଳ ଆରତୀ, ସୂର୍ଯ୍ୟପୂଜା ଗୋପୂଜା, ପୂଜାର୍ଚ୍ଚନା, ନାମଯଜ୍ଞ ସହ ଅଷ୍ଟ ପ୍ରହରୀ ଅନୁଷ୍ଠିତ ହୋଇଛି । ଏଥିରେ ପାଞ୍ଚଟି ନଦିଆ ସଂକୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିଲେ । ଗ୍ରାମବାସୀଙ୍କ ମିଳିତ ସହଯୋଗରେ କାର୍ଯ୍ୟକ୍ରମଟି ସମ୍ପନ୍ନ ହୋଇଯାଇଛି ।

Leave A Reply

Your email address will not be published.

15 − eight =