ମା’ ମଙ୍ଗଳାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସୁଜନପୁର ଗ୍ରାମପଂଚାୟତର ନୂଆଗଡ(ମୂଳାପଦା)ଗ୍ରାମର ଆରଧ୍ୟ ଦେବୀ ମା’ ମଙ୍ଗଳାଙ୍କର ନବ ନିର୍ମାଣ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରାତଃ ସମୟରେ ୨୬ଜଣ ବ୍ରତୀଧାରୀମାନେ ଲୁଣା ନଦୀରୁ କଳସ ଯାତ୍ରାରେ ମନ୍ଦିର ପୀଠରେ ପହଂଚିଥିଲେ । ସେଠାରେ ନୀତିକାନ୍ତି ଅନୁଯାୟୀ ବିଶିଷ୍ଟ ପଣ୍ଡିତମାନଙ୍କ ଦ୍ଵାରା ମନ୍ତ୍ର ଉଚ୍ଚାରଣ ଗୋପୂଜା, ସୂର୍ଯ୍ୟପୂଜା, ମଙ୍ଗଳଆରତୀ ହୋମ ଯଜ୍ଞର କାର୍ଯ୍ୟକ୍ରମ ସହ ମା’ ମଙ୍ଗଳାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ଓ ପ୍ରବେଶ ହୋଇଥିଲା । ନୂଆଗଡ ଗ୍ରାମବାସୀମାନଙ୍କର ମିଳିତ ସହଯୋଗରେ ମା’ ମଙ୍ଗଳାଙ୍କ ନୂତନ ମନ୍ଦିର ପ୍ରତିଷ୍ଠା ସମ୍ପନ୍ନ ହୋଇଥିଲା । ସମାଜସେବୀ ତଥା ମୁଖ୍ୟକର୍ତ୍ତା ଗୌରହରୀ ମହାପାତ୍ର, ଜଗନ୍ନାଥ ଧର୍ମ ପ୍ରଚାରକ ଶରତ ଚନ୍ଦ୍ର ରାଉତ, ପ୍ରବଚକ ଚନ୍ଦ୍ରଶେଖର ପଲେଇ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସମେତ ଶହ ଶହ ସଂଖ୍ୟାରେ ଭକ୍ତ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

12 − five =