କପିଲାଭଟାରେ ଷୋହଳ ପ୍ରହରୀ ନାମଯଜ୍ଞ ସମ୍ପନ୍ନ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ଗ୍ରାମର ବରଗଛପଡାରେ ଷୋହଳ ପ୍ରହରୀ ନାମଯଜ୍ଞ ସମ୍ପନ୍ନ ହୋଇଯାଇଛି । ଏଥିରେ କର୍ତା ଭାବେ ରାମଚନ୍ଦ୍ର ହଂସ ଓ ତାଙ୍କ ସହଧର୍ମିଣୀ ନୃପତି ହଂସ ଦାୟିତ୍ୱ ତୁଲାଇଥିବା ବେଳେ ପୂଜକ ଭାବେ ମନୋଜ ମିଶ୍ର ଦାୟିତ୍ଵ ନିର୍ବାହ କରିଥିଲେ । ରବିବାର ଦିନ ସନ୍ଧ୍ୟାରେ ସ୍ଥାନୀୟ ସହଦେବ ବନ୍ଧରୁ ବିରାଟ ଶୋଭାଯାତ୍ରାରେ ବାହାରି ମଣ୍ଡପରେ କଲସ ସ୍ଥାପନ କରାଯାଇଥିଲା । ବୁଧବାର ଦିନ ପୂର୍ଣ୍ଣାହୁତି ହୋଇଯାଇଛି । ଏହି ନାମଯଜ୍ଞରେ କପିଲାଭଟା ବରଗଛପଡା, ତାଳଭଟା, କପିଲାଭଟା ଗୌନ୍ତିଆପଡା, ମନିଗାଁ, ମୋହରା, ଚନୁଟମାଲ, କର୍ଲା, ଓଡ଼ିଆପାଲି, ଜୁରାବନ୍ଧର ସଂକୀର୍ତ୍ତନ ଦଳ ମାନେ ଅଂଶଗ୍ରହଣ କରି ପ୍ରଭୁ ନାମ ଗାନ କରିଥିଲେ । ଗାଁରେ ନାମ ଯଜ୍ଞ ହୋଇଥିବାରୁ ଅଞ୍ଚଳରେ ଗୋଟିଏ ପ୍ରକାର ଉତ୍ସବ ମୁଖର ହୋଇଛି । ଦର୍ଶକ ମାନଙ୍କ ପାଇଁ ସେଲ୍‌ଫି ପଏଣ୍ଟ କରାଯାଇଥିବାରୁ ଲୋକେ ଫଟୋ ଉତ୍ତୋଳନ କରି ସୋସିଆଲ୍‌ ମିଡିଆରେ ପ୍ରଚାର କରିଥିଲେ । ଏହି କାର୍ଯ୍ୟକ୍ରମ କମିଟିର ସଭାପତି ଲୋକନାଥ ହଂସ, ସମ୍ପାଦକ ଅଶୋକ କୁମାର ବିଶି, ସହ ସମ୍ପାଦକ ହୁଲେଶ୍ୱର ହଂସ, କୋଷାଧ୍ୟକ୍ଷ ନରଫଳ ହଂସ, ସହ କୋଷାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ବିଶି, ସଂଗଠକ ଭାବେ ପ୍ରେମଲାଲ ହଂସ, ସହ ସଂଗଠକ ସଞ୍ଜୟ ହଂସ, ଉପଦେଷ୍ଟା ଭାବେ ଭୁରିଶ୍ରବା ବିଶି, ପଙ୍କଜ ବିଶି, ନିର୍ଦୟ ବିଶି, ନୀଳମଣି ବିଶି, ଡମ୍ବରୁ ହଂସ ପ୍ରମୁଖ ଙ୍କ ସହ ଆୟୋଜକ କମିଟିର ସମସ୍ତ ସଦସ୍ୟ ସହ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.