csstore

ମାଟ୍ରିକ ପରୀକ୍ଷାରେ ମାଣ୍ଡୋସିଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିହାରିକା ପ୍ରଧାନ ଓ ନିଶି ଭୋଇଙ୍କ କୃତିତ୍ୱ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଚଳିତ ଦଶମ ଶ୍ରେଣୀ ପରୀକ୍ଷାରେ ମାଣ୍ଡୋସିଲ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନିହାରିକା ପ୍ରଧାନ ମୋଟ ୫୫୩ ନମ୍ବର ସହ ୯୨.୧୬ ପ୍ରତିଶତ ରଖି A1 grade ଆଣି ବିଦ୍ୟାଳୟ ତଥା ବ୍ଲକ ପାଇଁ ଗୌରବ ଆଣିଛନ୍ତି । ସେହିପରି ମାଣ୍ଡୋସିଲ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଅନ୍ତେବାସୀ ତଥା ମାଣ୍ଡୋସିଲ ଉଚ୍ଚ ବିଦ୍ୟାଳୟର ଆଉ ଜଣେ ଛାତ୍ରୀ ନିଶି ଭୋଇ ୫୦୬ ନମ୍ୱର ସହ ୮୪ ପ୍ରତିଶତ ଆଣି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି । ଉଭୟ ଛାତ୍ରୀଙ୍କର ସଫଳତା ଓ କୃତିତ୍ୱ ପାଇଁ ବ୍ଲକ ଶିକ୍ଷା ଅଧିକାରୀ ଶୁଭମ ପତି ଏବଂ ସମସ୍ତ ଶିକ୍ଷକ ସମୂହ ଅଭିନନ୍ଦନ ଜଣେଇ ତାଙ୍କ ଉଜ୍ୱଳ ଭବିଷ୍ୟତର କାମନା କରିଛନ୍ତି । ନିହାରିକାଙ୍କ ବାପା ରୁପାଧର ପ୍ରଧାନ ଓ ମାଆ ବିନତା ପ୍ରଧାନ, ନିଶିଙ୍କ ବାପା ଭୋଦେବ ଭୋଇ ଝିଅର ସଫଳତା ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ମିନତୀ ଟେଟେ ସମସ୍ତ ଗୁରୁଜନ ଏବଂ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରଭାତ ମିଶ୍ରଙ୍କୁ ଶ୍ରେୟ ଦେଇ ଅଶେଷ କୃତଜ୍ଞତା ଜଣେଇଛନ୍ତି ।

jayashree
Leave A Reply

Your email address will not be published.