csstore

ଜାତୀୟ ଅସ୍ମିତା ରଗଵୀରେ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀ ଖେଳାଳିଙ୍କ ଚମତ୍କାର ପ୍ରଦର୍ଶନ

ବାରିପଦା, (ଦେବସ୍ମିତ ଚୌଧୁରୀ) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଜାତୀୟ ସ୍ତରୀୟ “ଅସ୍ମିତା ରଗଵୀ ଲିଗ” ରେ ଓଡିଶାର ୧୫ ବର୍ଷରୁ କମ, ୧୮ ବର୍ଷରୁ କମ ଓ ସିନିୟର ମହିଳା ବର୍ଗ ଦଳ ଚମ୍ପିୟାନ ହୋଇ ଇତିହାସ ରଚିଛନ୍ତି । ଓଡିଶା ସିନିୟର ଦଳରେ ମୟୂରଭଞ୍ଜ ଫ୍ୟୁଚର ଷ୍ଟାର ସ୍ପୋର୍ଟସ ଏକାଡେମୀର ସୁନୀତା ହାଁସଦା ଓ ପାର୍ବତୀ ହାଁସଦା, ୧୮ ବର୍ଷରୁ କମ ଦଳରେ ହିସି ଟୁଡୁ ଏବଂ ୧୫ ବର୍ଷରୁ କମ ଦଳରେ ସୁଲେନା ହେମ୍ବ୍ରମ ଚମତ୍କାର ଖେଳ ପ୍ରଦର୍ଶନ କରି ନିଜ ନିଜର ଦଳକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଏହି ପ୍ରଦର୍ଶନ ପାଇଁ ଭଞ୍ଜସେନା ପ୍ରତିଷ୍ଠାତା କଳିଙ୍ଗ କେଶରୀ ଜେନା, ମୟୂରଭଞ୍ଜ ଜିଲ୍ଲା କ୍ରୀଡା ସଂଘର ସମ୍ପାଦକ ବିଜୟ କୁମାର ଦାସ, ଏକାଡେମୀର ନିର୍ଦ୍ଦେଶକ ଅମର କୁମାର ସେଠି, ଉପଦେଷ୍ଟା ସୋମନାଥ ସିଂହ, ମଙ୍ଗଲ ହାଁସଦା, ସହ ପ୍ରତିଷ୍ଠାତା ରୂପାଲୀ ସୋରେନ, ପ୍ରତିଷ୍ଠାତା ଦିବ୍ୟ ରଞ୍ଜନ ଦାସଙ୍କ ସମେତ, କୋଚ୍ ଚନ୍ଦନ ସିଂ, ଅଶୋକ ହାଁସଦା ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

jayashree
Leave A Reply

Your email address will not be published.