csstore

ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଓ ଗନ୍ଧମାର୍ଦ୍ଦନ ପର୍ବତର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

  • ଓଡ଼ିଶାର ବୃହତ୍ ଦ୍ଵିତୀୟ ଚିଡ଼ିଆଖାନା ହେଉ ନୃସିଂହନାଥରେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଲୋକସଭା କ୍ଷେତ୍ରର ସାଂସଦ ତଥା ଗନ୍ଧମାର୍ଦ୍ଦନ ଆନ୍ଦୋଳନର ପୁରୋଧା ପ୍ରଦୀପ ପୁରୋହିତଙ୍କ ତତ୍ତ୍ଵାବଧାନରେ ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ, ଉପ-ମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ଅନ୍ୟତମ ଉପ-ମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ସ୍ୱାସ୍ଥ୍ୟ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପ୍ରମୁଖଙ୍କୁ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଦାବୀପତ୍ର ପ୍ରଦାନ କରାଗଲା । ସାଂସଦ ପ୍ରଦୀପ ପୁରୋହିତ, ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ଟ୍ରଷ୍ଟ ବୋର୍ଡର କାର୍ଯ୍ୟ ନିର୍ବାହୀ ଅଧିକାରୀ ପୁରୁଷୋତ୍ତମ ପଧାନ, ଅଧ୍ୟାପକ ସୁଶାନ୍ତ ମିଶ୍ର ଓ ସାମାଜିକ କର୍ମୀ ସଞ୍ଜୀବ କୁମାର ମାଝୀ ଲୋକସେବା ଭବନରେ ଭେଟି ନୃସିଂହନାଥ ଓ ଗନ୍ଧମାର୍ଦ୍ଦନ ପର୍ବତର ବିକାଶ ପାଇଁ ଦାବୀପତ୍ର ପ୍ରଦାନ ସହିତ ଆଲୋଚନା କରାଗଲା । ଆହୁରି ମଧ୍ୟ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ତଥା ବିଭିନ୍ନ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯାଇଛି । ଐତିହାସିକ ତଥା ପବିତ୍ର ମହାନ ଧାର୍ମିକ ପୀଠ, ଜଙ୍ଗଲ ଝରଣା ସମ୍ବଳିତ ପ୍ରାକୃତିକ ପରିବେଶ, ଜୈବ ବିବିଧତା ପରିପୃଷ୍ଟ ଶ୍ରୀ ଶ୍ରୀ ନୃସିଂହନାଥ ମନ୍ଦିର ସନ୍ନିକଟ ଗନ୍ଧମାର୍ଦ୍ଦନ ଠାରେ ଏକ ବୃହତ୍ ଚିଡ଼ିଆ ଖାନା ତିଆରି, ମ୍ୟୁଜିଅମ୍ ପ୍ରତିଷ୍ଠା, ରୋପୱେ ନିର୍ମାଣ ସମେତ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା ।

jayashree
Leave A Reply

Your email address will not be published.