shyamal

ତୁଷୁରା ବଲାଙ୍ଗିରର ଆଶୁକବି ହେମନ୍ତ ଦାସଙ୍କୁ ଜ୍ଞାନ ପ୍ରକାଶ ସାହିତ୍ୟ ସମ୍ମାନ ୨୦୨୪ ନେସ୍‌ନାଲ୍‌ ଆୱାର୍ଡ ପ୍ରଦାନ

ତୁଷୁରା, (କେପିଏନ୍‌ଏସ୍‌) : ଜ୍ଞାନ ପ୍ରକାଶର ଅଷ୍ଟମ ଇଣ୍ଟର୍‌ଡିସିପ୍ଲିନାରୀ ନେସ୍‌ନାଲ୍ କନ୍‌ଫରେନ୍‌ସ ରବିବାର ପୂର୍ବାହ୍ନ ୧୦ଟାରୁ ସଂଧ୍ୟା ୬ଘ.୩୦ ମି. ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନଠାରେ ଏକ ବର୍ଣ୍ଣାଢ଼୍ୟ ଉତ୍ସବରେ ମହାସମାରୋହରେ ପାଳିତ ହୋଇଯାଇଛି । ଜ୍ଞାନ ପ୍ରକାଶର ପ୍ରତିଷ୍ଠାତା ଜ୍ଞାନଚାନ୍ଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ କାଦମ୍ବିନୀର ସମ୍ପାଦିକା ଇତିରାଣୀ ସାମନ୍ତ, ମୁଖ୍ୟବକ୍ତା ଭାବେ ଏନ୍. ସି. ଇ. ଆର୍. ଟିର ଶିକ୍ଷା ବିଭାଗ ମୁଖ୍ୟ ଡ. ଲକ୍ଷ୍ମୀଧର ବେହେରା ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବେ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗର ଯୁଗ୍ମ ସଚିବ ଚିତ୍ତରଞ୍ଜନ ପାଣିଗ୍ରାହୀ ଓ ଦିଲ୍ଲୀର ଏଡ୍‌ଭୋକେଟ୍ ନରେଶ ବାରଣା ଯୋଗ ଦେଇଥିଲେ । ଜ୍ଞାନ ପ୍ରକାଶର ରାଜ୍ୟ ମୁଖ୍ୟ ଅମ୍ବିକା ସ୍ୱାଇଁ, ସମ୍ପାଦକ ସରୋଜ କୁମାର ସାହୁ ମଞ୍ଚାସୀନ ଥିଲେ । ଏହି ଅବସରରେ ମଞ୍ଚାସୀନ ଅତିଥି ବୃନ୍ଦ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ତୁଷୁରାର ଆଶୁକବି ହେମନ୍ତ ଦାସଙ୍କୁ ଜ୍ଞାନ ପ୍ରକାଶ ସାହିତ୍ୟ ସମ୍ମାନ-୨୦୨୪ରେ ସମ୍ମାନିତ କରିଥିଲେ । ଶ୍ରୀ ଦାସଙ୍କୁ ପ୍ରଶସ୍ତି ପତ୍ର, ଅଙ୍ଗବସ୍ତ୍ର, ମୋମେଣ୍ଟୋ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏ ଖବର ପ୍ରଘଟ ହେବା ପରେ ବଲାଙ୍ଗିର ଜିଲ୍ଲା ତଥା ରାଜ୍ୟର ବିଭିନ୍ନ ସାହିତ୍ୟିକ, ଶୁଭେଚ୍ଛା, ବନ୍ଧୁବର୍ଗ ଶ୍ରୀ ଦାସଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ଦାସ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ, ଏହା ମୋ ପାଇଁ ଅଧିକ ସାହିତ୍ୟ ସର୍ଜନା କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି କହିଛନ୍ତି । ଶ୍ରୀ ଦାସ ନିଷାନ୍‌ର ପ୍ରତିଷ୍ଠାତା ସମ୍ପାଦକ, ଶ୍ରୀଚନ୍ଦନ ସାହିତ୍ୟ ସଂସ୍କୃତି ଏକାଡେମୀ କଟକର ସଂଗଠନ ସମ୍ପାଦକ, ସମ୍ବାଦ ସାହିତ୍ୟ ଘର ଗୁଡଭେଲାର ସମ୍ପାଦକ ଓ ବିଧୁଭୂଷଣ ସାହିତ୍ୟ ସଂସଦ ତୁଷୁରାର ସମ୍ପାଦକ ଭାବେ ତୁଷୁରା ଅଞ୍ଚଳରେ ସାହିତ୍ୟ କ୍ଷେତ୍ରରେ ଏକ ଆନ୍ଦୋଳନ ସୃଷ୍ଟି କରିଛନ୍ତି ।

purusottam
Leave A Reply

Your email address will not be published.