ରୋଟାରୀ କ୍ଲବ ପକ୍ଷରୁ କମୋଡ଼ ସୁବିଧା ସମ୍ପନ୍ନ ହୁଇଲ୍‌ ଚେୟାର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ପକ୍ଷରୁ ଏକ କମୋଡ଼ ସୁବିଧା ସମ୍ପନ୍ନ ହୁଇଲ୍‌ ଚେୟାର ହାଇଟେକ ହସ୍ପିଟାଲକୁ ପ୍ରଦାନ କରାଯାଇଛି । ହସ୍ପିଟାଲରେ ଏକ ଅସ୍ଥିଶଲ୍ୟ ଅସ୍ତ୍ରୋପଚାରର ସମ୍ମୁଖୀନ ହୋଇ ଭର୍ତ୍ତି ରହିଥିବା ମୂରଲୀ ମନୋହର ଦୁବେଙ୍କ ଜରୁରୀ ଆବଶ୍ୟକତା ଅନୁଭବ କରାଯିବା ପରେ ଏହା ପ୍ରଦାନ କରାଯାଇଛି । ଏହି ଅବସରରେ ରୋଟାରୀ କ୍ଲବ ରାଉରକେଲା ରୟାଲର ସଭାପତି ବିଶ୍ୱନାଥ ଦେ’ ଓ ହାଇଟେକ ହସ୍ପିଟାଲର ସଂଯୋଜକ ସତ୍ୟନାରାୟଣ ରଥ ଉପସ୍ଥିତ ଥିଲେ । ଆରଜିଏଚର ଡା. ଗୋପାଳ ରାୟ ସ୍ୱତନ୍ତ୍ର ଅତିଥି ଭାବେ ଯୋଗ ଦେଇଥିଲେ । ରୋଟାରୀ କ୍ଲବ ରାଉରକେଲା ଭାଇବ୍ରାଣ୍ଟ ପକ୍ଷରୁ କ୍ଲବର ସେକ୍ରେଟାରୀ ଉଦିତ ସାହୁ, ଗଣେଶ୍ୱର ପଟ୍ଟନାୟକ, ବସନ୍ତ ତନ୍ତୀ ଓ ପ୍ରଶାନ୍ତ ପାତ୍ର ଉପସ୍ଥିତ ଥିଲେ । ଏହି ପ୍ରକଳ୍ପର ସଂଯୋଜକ ଥିଲେ କ୍ଲବ ସଭାପତି ଅର୍ଚ୍ଚନା ଦେବତା । କ୍ଲବର ଉପଦେଷ୍ଟା ଆଲାମ ସିଂ ରୁପରା ଏହି ପ୍ରକଳ୍ପ ସକାଶେ ପ୍ରସ୍ତାବ ଦେଇଥିଲେ ।

Leave A Reply

Your email address will not be published.

20 − twelve =