om academy

ଓଡିଶା ସିତୋରିଓ ଦୋ କରାଟେ ଆସୋସିଏସନ୍‌ର ବ୍ଲାକ ବେଲ୍ଟ ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡିଶା ସିତୋରିଓ ଦୋ କରାଟେ ଆସୋସିଏସନ୍ ଅଫ୍ ଇଣ୍ଡିଆ ତରଫରୁ ପାଞ୍ଚ ଜଣ ଶିକ୍ଷାର୍ଥୀଙ୍କୁ ବ୍ଲାକ ବେଲ୍ଟ ପ୍ରଦାନ କରାଯାଇଛି । ଆସୋସିଏସନ୍‌ର ସଂପାଦକ ଶିବ ପ୍ରସାଦ ନାଥଙ୍କ ଆବାହକତ୍ୱ ଓ ଇନ୍ଦରଜିତ ସିଂଙ୍କ ସଂଯୋଜନାରେ ସେକ୍ଟର ୧୮ ଜିଟିବି ସ୍କୁଲରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶିକ୍ଷାର୍ଥୀଙ୍କୁ ବ୍ଲାକ ବେଲ୍ଟ ପ୍ରଦାନ କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ରାଉତ କହିଲେ ଯେ, କରାଟେ କୌଶଳ ଶିଖିବା ଆଜିକାଲି ପିଲାମାନଙ୍କ ପାଇଁ ଆବଶ୍ୟକତା ହୋଇପଡିଛି । ଏହା ଶିଖିବା ଫଳରେ ଆତ୍ମବିଶ୍ୱାସ ବଢିବା ସଂଗେ ସଂଗେ ନିଜକୁ ସୁରକ୍ଷିତ ରଖିପାରିବ । ପାଞ୍ଚ ଜଣ ବ୍ଲାକ ବେଲ୍ଟ ପାଇଥିବା ଶିକ୍ଷାର୍ଥୀ ହେଲେ ସର୍ବଶ୍ରୀ ସନ୍ଦିପ ବିଶ୍ୱାଳ, ରୋହନ ଖାଡିଆ, ନାରାୟଣ ପ୍ରଧାନ, ଇପ୍ସିତାରାଣୀ ସାହୁ ଓ ଆନନ୍ଦ ମଲ୍ଲିକ । ଏହି ଅବସରରେ ଅନୁଷ୍ଠାନ ତରଫରୁ ଖୁସି ବ୍ୟକ୍ତ କରିବାସହ କେକ୍ କଟା ଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ମୁଖ୍ୟ ପ୍ରଶିକ୍ଷକ ଧର୍ମେନ୍ଦ୍ର ସିଂହ, ରକି ଖାଡିଆ, ଅନିକେତ ଶ୍ରୀବାସ୍ତବ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାର୍ଥୀଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

2 × 3 =