pakka

ଦେଓଗାଁ ବ୍ଲକରେ ସମରେନ୍ଦ୍ରଙ୍କ ପ୍ରଚାର : ଗାଁ ଲୋକଙ୍କ ଅର୍ଥନୀତି ସୁଦୃଢ କରିବା ଆମର ଲକ୍ଷ୍ୟ – ସମରେନ୍ଦ୍ର

bbehera

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ୍‌ ଅଂଚଳରେ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ରଙ୍କ ଘମାଘୋଟ୍‌ ପ୍ରଚାର ଚାଲିଥିବା ବେଳେ ଗାଁ ଲୋକଙ୍କ ଅର୍ଥନୀତି ସୁଦୃଢ କରିବା ଆମର ଲକ୍ଷ୍ୟ ବୋଲି ସେ ମତ ଦେଇଛନ୍ତି । ରାଜ୍ୟ ସରକାରଙ୍କ ମା’କୁ ସମ୍ମାନ ଗାଁକୁ କାମ’ର ନାରା ପ୍ରକୃତ କ୍ଷେତ୍ରରେ ଦେଖିବା ବେଳକୁ ସମ୍ପୂର୍ଣ ଓଲଟା ପ୍ରତିଫଳିତ ହେଉଛି, କାରଣ ଦୀର୍ଘ ବର୍ଷର ଶାସନରେ ଗାଁର ଯୁବକ, ମା’ମାନଙ୍କର ଆର୍ଥିକ ବିକାଶ ପାଇଁ ସରକାର କୌଣସି କାମ କରିନାହାନ୍ତି । ବିଶେଷ କରି ଶିକ୍ଷା ସ୍ୱାସ୍ଥ୍ୟ ଓ ଜଳସେଚନର ବିକାଶ ହେଲେ ହିଁ ଗାଁ ଲୋକଙ୍କ ଅର୍ଥନୈତିକ ବିକାଶ ହୋଇଥାଏ । ତେଣୁ ଗତ ଦଶ ବର୍ଷରେ ଏ ଅଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ ଓ ଜଳସେଚନର ବିକାଶ ପାଇଁ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ପଦକ୍ଷେପ ନେଇସାରିଛନ୍ତି ଓ ଏହି ପ୍ରକ୍ରିୟା ସେ ପର୍ଯ୍ୟନ୍ତ ଜାରି ରହିବ, ଯେଉଁ ପର୍ଯ୍ୟନ୍ତ ଗାଁ ଅର୍ଥନୀତିକୁ ସମ୍ପୂର୍ଣ୍ଣ ସୁଦୃଢ କରିବା ପାଇଁ ଥିବା ଆମ ଲକ୍ଷ୍ୟ ପୂରଣ ହୋଇ ନଥିବ ବୋଲି ଆଜି ଦେଓଗାଁ ଅଞ୍ଚଳର ଡ଼ୁମେରପିଟା, ରାମଚନ୍ଦ୍ରପୁର ଓ ସିଙ୍ଘାମୁଣ୍ଡା ପଂଚାୟତରେ କଂଗ୍ରେସ ଦଳ ତରଫରୁ ଆୟୋଜିତ ଜନ ଆଶୀର୍ବାଦ ସଭାରେ କଂଗ୍ରେସ ଦଳର ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ ବକ୍ତବ୍ୟରେ କହିଛନ୍ତି । ବ୍ଲକ୍‌ କଂଗ୍ରେସ ସଭାପତି ରାମଜୀ ଚୌଧୁରୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ସମରେନ୍ଦ୍ର ଆହୁରି ମଧ୍ୟ କହିଛନ୍ତି ଯେ, ସରକାର ଗାଁ ମାନଙ୍କରେ “ପକ୍କା ଘର – ମୋ ଅଧିକାର” ସ୍ଲୋଗାନ ଦେଉଛି, ଏଠାରେ ମୋର ପ୍ରଶ୍ନ ଦୀର୍ଘ ୨୪ ବର୍ଷ ପରେ ମଧ୍ୟ ରାଜ୍ୟ ସରକାର କଚ୍ଚା ଘରକୁ ପକ୍କା ଘର କରି ପାରି ନାହିଁ କାହିଁକି ? କଂଗ୍ରେସ ସରକାର ଅମଳରେ ଆରମ୍ଭ ହୋଇଥିବା ଇନ୍ଦିରା ଆବାସ ଯୋଜନାକୁ ନାଁ ପରିବର୍ତ୍ତନ କରି ଲୋକଙ୍କୁ ଭୁଆଁ ବୁଲାଉଛି କାହିଁକି ବୋଲି ସମରେନ୍ଦ୍ର ପ୍ରଶ୍ନ କରିଥିଲେ । ସଭାରେ ବଲାଙ୍ଗିର ବିଧାୟକ ନାରାସିଂହ ମିଶ୍ର ଉପସ୍ଥିତ ମହିଳା ପୁରୁଷଙ୍କ ଉଦ୍ଦେଶରେ କହିଥିଲେ, ଆଗାମୀ ନିର୍ବାଚନରେ ବିଧାୟକ ଭାବେ ଆପଣମାନେ ସମରେନ୍ଦ୍ର ମିଶ୍ରଙ୍କୁ ହାତ ଚି଼ହ୍ନରେ ଭୋଟ ଦିଅନ୍ତୁ, ଦେଖିବେ ବଲାଙ୍ଗିରର ଛାତ୍ର ଓ ଯୁବକଙ୍କୁ ନିଶ୍ଚିତ ଭାବେ ଉତ୍ତମ ଶିକ୍ଷା ଓ ରୋଜଗାର ପାଇଁ ଏଠାରେ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା କରିବାରେ ଆମେ ନିଶ୍ଚିତ ସଫଳ ହେବା । ଆହୁରି ମଧ୍ୟ ଜଂଗ୍ରେସ ସରକାର ରାଜ୍ୟରେ ଆସିଲେ ସ୍ୱୟଂ ସହାୟିକା ଗୋଷ୍ଠୀଙ୍କୁ ଋଣ ମାଫ, ବାର୍ଦ୍ଧକ୍ୟ, ବିକଳାଙ୍ଗ, ବିଧବା ଭତ୍ତାକୁ ଦ୍ୱିଗୁଣିତ କରାଯିବା ସହ ଧାନର ସର୍ବନିମ୍ନ ମୂଲ୍ୟ ୩୦୦୦ବୃଦ୍ଧି କରାଯିବ, ବେକାରୀ ଯୁବକଙ୍କୁ ବେକାରୀ ଭତ୍ତା ୩୦୦୦ଟଙ୍କା, ସମସ୍ତ ମା ମାନଙ୍କୁ ମାସିକ ୨୦୦୦ଟଙ୍କା ପ୍ରଦାନ କରାଯିବ ବୋଲି ସେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି ନିର୍ବାଚନୀ ସଭାରେ ଡ଼ୁମେରପିଟ ସମିତି ସଭ୍ୟ ସଂକୀର୍ତ୍ତନ ବାଗ ଓ କଂଗ୍ରେସ ନେତା ବିପିନ କୁଶୁଲିଆ ମଂଚାସୀନ ଥିଲେ ।

jay balangir
Leave A Reply

Your email address will not be published.

fifteen − 13 =

error: Content is protected !!