pakka

ପାଇକମାଲ ଜିଲ୍ଲା ପରିଷଦ ଜୋନ ନଂ ୨ରେ ବିଜେପି ପ୍ରାର୍ଥୀ ସୁରେନ୍ଦ୍ର ପ୍ରତାପ ସିଂହ ବରିହାଙ୍କ ପାଇଁ ପ୍ରଦୀପ ପୁରୋହିତଙ୍କ ଧୂଆଁଧାର ପ୍ରଚାର

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେପି ଦଳର ପ୍ରଚାର ଜୋରଦାର ଜମିବାରେ ଲାଗିଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ପାଇକମାଲ, ଝାରବନ୍ଧ, ରାଜ ବୋଡାସମ୍ବର ୩ଟି ବ୍ଲକର ଆଠଟି ଜିଲ୍ଲା ପରିଷଦ ପ୍ରାର୍ଥୀଙ୍କ ସମର୍ଥନରେ ଓ ବିଜେପି ସମର୍ଥନରେ ସମିତିସଭ୍ୟ, ସରପଞ୍ଚ ପ୍ରାର୍ଥୀମାନଙ୍କ ସମର୍ଥନରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଘରକୁ ଘର ବୁଲି ନିର୍ବାଚନ ପ୍ରଚାର କରିବା ସଙ୍ଗେ ସଙ୍ଗେ ବିଭିନ୍ନ ସ୍ଥାନରେ କାର୍ଯ୍ୟକର୍ତ୍ତା ବୈଠକ ଜରିଆରେ ସଚେତନତା କରିବା ସହ ବିଜେପି ସମର୍ଥନରେ ଭୋଟ ଦେବା ପାଇଁ ଜନ ସାଧାରଣଙ୍କୁ ଆହ୍ବାନ ଦିଆଯାଇଛି । ଆଜି ପାଇକମାଲ ବ୍ଲକ ପଲସଦା ଗ୍ରାମ ପଞ୍ଚାୟତ କୁଆପାଲି, ପଲସଦା, ଖଇରା, ଡୁଙ୍ଗୁରିପାଲି, ଗୋଇବାହାଲି, ବୋଡାସମ୍ବର, ଘନବାହାଲ, ଗୌରଜୁରୀ, ମଧୁରାପୁର ଆଦି ଗ୍ରାମରେ ପାଇକମାଲ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁରେନ୍ଦ୍ର ପ୍ରତାପ ସିଂ ବରିହା, ପଲସଦା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ସାରଦା ବରିହା, ସରପଞ୍ଚ ପ୍ରାର୍ଥୀ ଦିବ୍ୟ କିଶୋର ନାୟକଙ୍କ ପାଇଁ ଘରକୁ ଘର ବୁଲି ବିଜେପିର କାର୍ଯ୍ୟକର୍ତ୍ତାମାନେ ପ୍ରଚାର କରିଥିଲେ । ବହୁ ସଂଖ୍ୟାରେ ମହିଳା କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

one × 3 =

error: Content is protected !!