csstore

ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ : ସୁରଜ-୧୧ ଫୁଲବାଣୀ ପୁଲ୍ – ବିର ସେମି ଫାଇନାଲକୁ ପ୍ରବେଶ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଡଟିକା କ୍ରୀଡା ସଂଘ ଆନୁକୂଲ୍ୟରେ ଆୟୋଜିତ ଦ୍ୱିତୀୟ ରାଜ୍ୟ ସ୍ତରୀୟ ବଡଟିକା କପ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ୍ ପୁଲ୍ – ବିର ଦ୍ୱିତୀୟ କ୍ୱାର୍ଟର୍ ଫାଇନାଲ୍ ଦ୍ୱିତୀୟ କ୍ୱାର୍ଟର୍ ଫାଇନାଲ ସୁରଜ-୧୧ ଫୁଲବାଣୀ ଓ ସ୍ପୋର୍ଟସ ହଷ୍ଟେଲ ବଲାଙ୍ଗିର ମଧ୍ୟରେ ଅନୁଷ୍ଠିତ ହୋଇଥିଲା । ଆଜିର ଖେଳରେ ସୁରଜ-୧୧ ଫୁଲବାଣୀ ଟ୍ରାଇବ୍ରେକର୍ ଜରିଆରେ ବିଜୟୀ ହୋଇ ପୁଲ୍ – ବିର ସେମି ଫାଇନାଲକୁ ପ୍ରବେଶ କରିଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଜେଡି ଯୁବ ନେତା ନିହାର ରଞ୍ଜନ ବେହେରା ଯୋଗଦେଇ ଥିବାବେଳେ ପୂର୍ବତନ ବଡଟିକା ଗ୍ରାମ ପଞ୍ଚାୟତ ସରପଞ୍ଚ ତଥା ପେକ୍ସ୍ ସଭାପତି କଳାରସିଂ ବାଗ, ବଡଟିକା ଆୟୁର୍ବେଦିକ ଚିକିତ୍ସା ଅଧିକାରୀ ଡକ୍ଟର ଆଶାମୟୀ ସାହୁ, ରେଲବାଇ ଇଞ୍ଜିନିୟର ଭକ୍ତ ଚରଣ ସାହୁ, ଆଗଲପୁର ବ୍ଲକ ଭାଇସ୍ ଚେୟାରମ୍ୟାନ୍ ନିରୁପମା ପଧାନ, ଆଗଲପୁର ବ୍ଲକ ବିଜେଡି ସଭାପତି ପଞ୍ଚୁ ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ମ୍ୟାଚ୍ କମିଶନର ସୁଦୟ କୁମାର ବାରିକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାଜ କୁମାର ମଣ୍ଡଳ, କରୁଣାକର ପଧାନ, ସୁଧାଂଶୁ ଶେଖର ସେଠ୍ ଓ ରୋଶନ ମେହେର ଆଜିର ଖେଳକୁ ପରିଚାଳନା କରିଥିଲେ । ସୁରଜ-୧୧ ଫୁଲବାଣୀ ଦଳର ଗୋଲ୍ କିପର୍ ରବିଦୌଲ୍ ଆଜିର ଖେଳର ଶ୍ରେଷ୍ଠ ଖେଳାଳି ଭାବେ ମୁଖ୍ୟ ଅତିଥିଙ୍କଠାରୁ ପୁରସ୍କୃତ ହୋଇଥିଲେ । ବଡଟିକା କ୍ରୀଡା ସଂଘର କାର୍ଯ୍ୟକ୍ରମ ସଂଯୋଜକ ଋଷଭ ପଧାନ ମଞ୍ଚ ପରିଚାଳନା କରିଥିବା ବେଳେ ହିମାଶୁ ଦଳପତି ଧାରା ବିବରଣୀ ପ୍ରଦାନ କରିଥିଲେ । କ୍ରୀଡା ସଂଘର ସଭାପତି ଭୁବନେଶ୍ୱର ଧରୁଆ, ଉପ ସଭାପତି ଗୋପାଳ ବିଶ୍ୱାଳ, ସଂପାଦକ ଅନିରୁଦ୍ଧ ଭୋଇ,ସହ ସଂପାଦକ ମନରଞ୍ଜନ ବିଶ୍ୱାଳ, କୋଷାଧ୍ୟକ୍ଷ ରାଜୁ ପଧାନ, ଶୁଶିଲ ବିଶ୍ୱାଲ, ଯୁବ ସ୍ୱେଚ୍ଛାସେବୀ ଡୋଳାମଣି ଦଳପତି ତଥା କ୍ରୀଡା ସଂଘର ସମସ୍ତ ସଭ୍ୟ ତଥା ଗ୍ରାମବାସୀ ସହଯୋଗ କରିଥିଲେ । ଆସନ୍ତାକାଲି ପୁଲ୍ – ବିର ଦ୍ୱିତୀୟ ସେମି ଫାଇନାଲ୍ ସୁରଜ-୧୧ ଫୁଲବାଣୀ ଓ ଆଦର୍ଶ କ୍ଲବ ଝାରସୁଗୁଡା ମଧ୍ୟରେ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ସୂତ୍ରରୁ ପ୍ରକାଶ ।

jayashree
Leave A Reply

Your email address will not be published.