‘ପୋଷଣ ଅଭିଯାନ – ୨୦୨୦’ ସୁବର୍ଣ୍ଣପୁର କୃଷି ବିଜ୍ଞାନ କେନ୍ଦ୍ରଠାରେ ଅନୁଷ୍ଠିତ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଖାଦ୍ୟରେ ପୋଷକ ତ୍ତ୍ୱ ଓ ପୃଷ୍ଟିସାରର ଗୁଣବତ୍ତାକୁ ଅକ୍ଷୁର୍ଣ୍ଣ ରଖିବା ଲକ୍ଷ୍ୟରେ କେନ୍ଦ୍ରର ମୋଦୀ ସରକାର ପକ୍ଷରୁ ଆରମ୍ଭ ହାଇଥିବା “ପୋଷଣ ଅଭିଯାନ – ୨୦୨୦” ସୁବର୍ଣ୍ଣପୁରର କୃଷି ବିଜ୍ଞାନ କେନ୍ଦ୍ରଠାରେ ଅନୁଷ୍ଠିତ ହୋଇଯାଇଛି । କେବିକେର ବରିଷ୍ଟ ବୈଜ୍ଞାନିକ ଡଃ ଜୀବନଜିତ୍ ସେନଙ୍କ ପରିଚାଳନାରେ ଆୟୋଜିତ ତାଲିମ କର୍ମଶାଳାରେ ମହିଳା ଅଙ୍ଗନବାଡି କର୍ମୀଙ୍କୁ ପୋଷଣ ଅଭିଯାନର ଆଭିମୁଖ୍ୟ ଉପରେ ଆଲୋଚନା କରାଯାଇଛି । ଏହି ବିବିଧ ତାଲିମରେ ମହିଳା କର୍ମୀଙ୍କୁ ଛତୁଚାଷ, ଆଜୋଲା ଚାଷ, ରନ୍ଧାଶାଳ ବଗିଚା ସହ ଖାଦ୍ୟ ପଦାର୍ଥର ସଂରକ୍ଷଣ ଏବଂ ପୃଷ୍ଟିସାର ଉପରେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକମାନେ ତାଲିମ ଦେଇଥିଲେ । ବିଶେଷକରି,ଗ୍ରାମାଂଚଳରେ ପୋଷଣ ଓ ପୃଷ୍ଟିସାର ଅଭାବରେ ମା’ ଓ ଶିଶୁଙ୍କଠାରେ ଦେଖା ଦେଉଥିବା ବିଭିନ୍ନ ରୋଗ ଓ ରକ୍ତହୀନତାରୁ ବର୍ତ୍ତିବାକୁ କି କି ସବୁଜ ଖାଦ୍ୟର ଆବଶ୍ୟକତା ରହିଛି ତାକୁ ଆଲୋକପାତ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଉଦଯାପନୀ କାର୍ୟ୍ୟକ୍ରମରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଉଷା କୁମାରୀ ଓ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରଶାନ୍ତ ଶତପଥୀ ଅଙ୍ଗନବାଡି କର୍ମୀଙ୍କୁ ବିଭିନ୍ନ ଫଳମଞିର ଏକ ଏକ କିଟ୍ ପାକେଟ୍ ବିତରଣ କରିଥିଲେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଜ ଖାଅ-ସୁସ୍ଥ ରୁହ ବାର୍ତ୍ତାକୁ ନେଇ ୨୦୧୭-୧୮ରୁ ପ୍ରତିବର୍ଷ ସେପ୍ଟେମ୍ବର୍ ମାସକୁ ପୋଷଣ ମାସ ଭାବେ ସବୁଠି ପାଳନ ହୋଇ ଆସୁଥିବାବେଳେ ଏକ ସୁସ୍ଥ ସମାଜ ପାଇଁ ପୋଷଣ ଅଭିଯାନ ଏକ ସମୟୋପଯୋଗୀ କାର୍ୟ୍ୟକ୍ରମ ବୋଲି କହନ୍ତି ବୈଜ୍ଞାନିକ ସ୍ବରଜ୍ୟୋତି ପ୍ରଧାନ ଓ ଅଙ୍ଗନବାଡି କର୍ମୀ ଗୀତାଞଳି ରଣା ।

Leave A Reply

Your email address will not be published.