om academy

ପୁଲିସ ଏନ୍‌କାଉଣ୍ଟରରେ ୨ ନକ୍ସଲ ନିପାତ

jsm

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ଏବେ ଅଶାନ୍ତ ହୋଇପଡ଼ିଛି । ଲଗାତାର ଛତିଶଗଡ଼ ପୁଲିସକୁ ନକ୍ସଲ ଦମନରେ ସଫଳତା ମିଳୁଛି । ଆଜି ନକ୍ସଲ ବନ୍ଦ ପାଳନ କରୁଥିବା ବେଳେ ଅନ୍ୟପଟେ ପୁଲିସ ଏନ୍‌କାଉଣ୍ଟରରେ ୨ ଜଣ ନକ୍ସଲ ମୃତ୍ୟୁବରଣ କରିଛନ୍ତି । ବିଶେଷ ସୂତ୍ରରୁ ଖବର ପାଇ ବିଜାପୁର ଜିଲ୍ଲାର ମିରତୁର ଓ ଗାଙ୍ଗଲୁର ଥାନା ଅଂଚଳର ଜପ୍ପେମାରକା ଏବଂ କମକାବାର ଜଂଗଲରେ ପଶ୍ଚିମ ବସ୍ତର ଡିଭିଜନ୍‌ର କମାଣ୍ଡର ପାଣ୍ଡରୁ, ଭେରମଗଡ ଏରିଆ କମିଟିର ଏସିଏମ୍‌ ଜଗା, ସୋନୁ, ରାଜେଶ କଡତି ସମତ ୧୫ରୁ ୨୦ ଜଣ ନକ୍ସଲ କ୍ୟାମ୍ପ ରହିଥିବା ଜାଣିବା ପରେ ଜିଲ୍ଲା ପୁଲିସ ସହ ଏସ୍‌ଟିଏଫ, ଡିଆରିଜି ଯବାନ ଛଢାଉ କରିଥିଲେ । ନକ୍ସଲ ଏବଂ ପୁଲିସ ମଧ୍ୟରେ ଦୀର୍ଘ ସମୟ ଧରି ଗୁଳିବିନିମୟ ଘଟିଛି । ଏହି ଗୁଳିବିନିମୟରେ ୨ ଜଣ ମହିଳା ନକ୍ସଲ ମୃତ୍ୟୁବରଣ କରିଥିଲେ । ଘଟଣାସ୍ଥଳରୁ ଦୁଇଟି ବନ୍ଧୁକ, ଜିଲୋଟିନ୍‌ ଷ୍ଟିକ, ବିସ୍ଫୋରକ, ନଗଦ ୨୦ ହଜାର ଟଙ୍କଙ୍କ, ପୋଷାକ, ପୁସ୍ତକ ସହ ବହୁ ସାମଗ୍ରୀ ଜବତ କରାଯାଇଛି ।

Leave A Reply

Your email address will not be published.