om academy

ଜେଆଇଟିଏମ୍‌ ଏଚ୍‌ଏସ୍‌ଏସ୍‌ ସିଏଚ୍‌ଏସ୍‌ଇ ଦ୍ୱାଦଶ ଶ୍ରେଣୀ ବିଜ୍ଞାନର ବୋର୍ଡ ପରୀକ୍ଷାର ଫଳାଫଳ ପ୍ରକାଶିତ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଆଇଟିଏମ୍‌ ଏଚ୍‌ଏସ୍‌ଏସ୍‌ (ସେଞ୍ଚୁରିଅନ ବିଦ୍ୟାଳୟ) ସିଏଚ୍‌ଏସ୍‌ଇ ଦ୍ୱାଦଶ ଶ୍ରେଣୀ ବିଜ୍ଞାନର ବୋର୍ଡ ପରୀକ୍ଷାର ଫଳାଫଳ ଆଜି ଅପରାହ୍ନରେ ପ୍ରକାଶ ପାଇଛି । ପରୀକ୍ଷାଫଳ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ପାସ ହାର ୧୦୦% ରହିଛି । ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୭୦ ଜଣ ଛାତ୍ରଛାତ୍ରୀ, ଦ୍ଵିତୀୟ ଶ୍ରେଣୀରେ ୧୩ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ଏହି ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ସ୍ଥାନ କ୍ରିଷ୍ଣା ବାରିକ ଅଧିକାର କରି ୮୯% ମାର୍କ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ହେଲେ ପ୍ରତ୍ୟୁଷ ରଞ୍ଜନ ପ୍ରଧାନ ସେ ୮୮% ମାର୍କ ଅଧିକାର କରିଛନ୍ତି ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର ହେଉଛନ୍ତି ଶିବ ଶଙ୍କର ପ୍ରଧାନ ସେ ୮୫% ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ଛାତ୍ରଛାତ୍ରୀମାନେ ସଫଳତାର ଶ୍ରେୟ ଅନୁଷ୍ଠାନର ଆଞ୍ଚଳିକ ନିର୍ଦ୍ଦେଶକ ଡ଼. ପ୍ରଦୀପ ଷଡ଼ଙ୍ଗୀ, ଅଧ୍ୟକ୍ଷ ଡ଼. ଅନଙ୍ଗ ଉଦୟ ନାୟକ ଓ ଉପାଧ୍ୟକ୍ଷା ଅଙ୍କିତା ଶୁଭ୍ରସ୍ମିତା ଗଡ଼ତ୍ୟା ଓ ବିଦ୍ୟାଳୟର ସମସ୍ତ ଅଧ୍ୟାପକ ଓ ଅଧ୍ୟାପିକାଙ୍କୁ ଦେଇଛନ୍ତି କାରଣ ସେଇ ମାନଙ୍କ ଉଚିତ୍‌ ମାର୍ଗଦର୍ଶନ ଓ ପରାମର୍ଶ ଯୋଗୁଁ ହିଁ ଛାତ୍ରଛାତ୍ରୀମାନେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ବାସ୍ତବରେ ଛାତ୍ରଛାତ୍ରୀଙ୍କ ଏହି ଉଲ୍ଲେଖନୀୟ ସଫଳତା ପ୍ରସଂଶନୀୟ ହେବା ସହିତ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇପାରିଛି ।

Leave A Reply

Your email address will not be published.