om academy

ମ.ରାମପୁର ବ୍ଲକ ଟପ୍ପର ଛାତ୍ରୀ ଇସିସ୍ମିତା ବିଶ୍ଵାଳ

jsm

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକରେ ମାଟ୍ରିକ ଟପ୍ପର ହୋଇଛନ୍ତି ଇସିସ୍ମିତା ବିଶ୍ୱାଳ । ପିତା – ରବିଚନ୍ଦ୍ର ବିଶ୍ୱାଳ ଓ ମାତା – ପଦ୍ମାବତୀ ବିଶ୍ୱାଳ । ୬୦୦ରୁ୪୯୨ (୮୨%) ମାର୍କ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି ଇସିସ୍ମିତା । ସେ ମ.ରାମପୁର ବ୍ଲକ ଅଲାତରା ପଞ୍ଚସଖା ସରକାରୀ ବିଦ୍ୟାଳୟର ଛାତ୍ରୀ ହୋଇଥିବା ବେଳେ ତାଙ୍କରି ଏହି ସଫଳତା ପାଇଁ କୃତି ଛାତ୍ରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଶକୁନ୍ତଳା ମିଶ୍ର ଏବଂ ବରିଷ୍ଠ ଶିକ୍ଷକ ଅଶୋକ ବିଶ୍ଵାଳଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି । ଛାତ୍ରୀଙ୍କ ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି ।

Leave A Reply

Your email address will not be published.