om academy

ବୃକ୍ଷରୋପଣ କରି ଜନ୍ମଦିନ ପାଳନ କଲେ ପ୍ରକୃତି ମିତ୍ର ଅସୀମ ଭୋଇ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଦିନରେ ପାଶ୍ଚାତ୍ୟ ଦେଶର ପରମ୍ପରା ଆପଣାଇ ଜନ୍ମଦିନମାନଙ୍କରେ କେକ୍ କାଟି ଭୋଜିଭାତ, ନାଚଗୀତ ସହିତ ବଡ ଧୁମ୍‌ଧାମ୍‌ରେ ଜନ୍ମଦିନ ପାଳନ କରିଥାନ୍ତି । କିନ୍ତୁ ଆଜି ଜନ୍ମଦିନକୁ ନିଆର ଭାବରେ ପାଳନ କରିଛନ୍ତି ଅସୀମ ଭୋଇ । ପଶ୍ଚିମ ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ଭୀମପାହାଡ ଠାରେ ଯୁବ ସମାଜସେବୀ କରାଟେ କୋଚ୍‌ ତଥା ବଲାଙ୍ଗିର ଜିଲ୍ଲା ଯୁବ କୁଲତା ସମାଜ ସଭାପତି ଅସୀମ କୁମାର ଭୋଇ ନିଜ ପରିବାର ସହ ବୃକ୍ଷରୋପଣ କରି ଜନ୍ମଦିନ ପାଳନ କରିଛନ୍ତି । ଏହି ବର୍ଷରେ ୫ ହଜାର ଗଛ ଲଗାଇବା ପାଇଁ ଲକ୍ଷ୍ୟ ରଖିଥିବା ଅସୀମ ଭୋଇ ପ୍ରକାଶ କରିଛନ୍ତି । ଜଙ୍ଗଲ ଓ ପରିବେଶ ଉପରେ କାମ କରୁଥିବାରୁ ଗତ ବର୍ଷ ରାଜ୍ୟସରକାରଙ୍କ ଠାରୁ ପ୍ରକୃତିମିତ୍ର ସମ୍ମାନରେ ଅସୀମ ଭୋଇ ସମ୍ମାନିତ ହୋଇଛନ୍ତି ।

Leave A Reply

Your email address will not be published.