pakka

ବର୍ତ୍ତିବେନି କଫ ସିରଫ ମାଫିଆ : ଆକ୍ସନ ମୁଡ଼ରେ ତୁରେକେଲା ପୋଲିସ ଟିମ

bbehera
  • କଫ ସିରଫ ସହ ବିପୁଳ ପରିମାଣରେ ନିଶା ବଟିକା ଜବତ

ତୁରେକେଲା, (ଅଶୋକ କୁମାର ବାଗ) : ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଦିନକୁ ଦିନ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗିଛି । ବହୁତ ସହଜରେ ନିଶା ସାମଗ୍ରୀ ମିଳୁଥିବାରୁ ଲୋକେ ଅନାୟାସରେ ଏହାକୁ ବ୍ୟବହାର କରୁଛନ୍ତି । କିଛି ବର୍ଷ ତଳେ ତୁରକେଲା ଥାନା ଅନ୍ତର୍ଗତ କନ୍ଦାଗାଢ ଜଙ୍ଗଲ ଭିତରେ କଫ ସିରଫ ଭର୍ତ୍ତିଥିବା ଗୋଟିଏ ଟ୍ରକ ଧରାପଡ଼ିଥିଲା । ଟ୍ରକ ଭିତରେ ୯୦ ପେଟି କଫ ସିରଫ ଭର୍ତ୍ତି ହୋଇଥିଲା । ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ବୋଲି ଜଣାପଡିଥିଲା । ସେହିପରି ପୂର୍ବତନ ଖପ୍ରାଖୋଲ ଥାନାଧିକାରୀ ରମାକାନ୍ତ ସାହୁ ଖପ୍ରାଖୋଲ ଥାନାରେ ଥିବା ସମୟରେ କଫ ସିରଫ ମାଫିଆମାନଙ୍କୁ ଗିରଫ କରି ଅଞ୍ଚଳରୁ କାଫି ମାତ୍ରାରେ ବେଆଇନ କଫ ସିରଫ ଚୋରା ଚାଲାଣ ବନ୍ଦ କରିଦେଇଥିଲେ । ବର୍ତ୍ତମାନ ସେ ତୁରକେଲା ଥାନାରେ ଥାନାଧିକାରୀ ଭାବେ ଯୋଗଦେଲା ପରେ ତୁରେକେଲା ଥାନା ଅଞ୍ଚଳର କଫ ସିରଫ ମାଫିଆମାନେ ତ୍ରାହି ତ୍ରାହି ଡାକୁଥିବା ଜଣାପଡିଛି । ଆସନ୍ତା ମାସରେ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ତୁରକେଲା ପୋଲିସ ଅଞ୍ଚଳରେ ଜୋରଦାର ପେଟ୍ରୋଲିଙ୍ଗ କରୁଥିବା ସମୟରେ ତୁରେକେଲା ଥାନା ଗଏନ୍ଦିମାଲ ଗ୍ରାମ ନିକଟସ୍ଥ ଲାଂଥବୁଢା ନଦୀ ବ୍ରିଜ ଉପରେ ଦୁଇ ଜଣ ବ୍ୟକ୍ତିଙ୍କୁ ପୋଲିସ ଗିରଫ କରିଛି । ସେମାନଙ୍କ ନିକଟରୁ ଭାରିମାତ୍ରାରେ ନିଶା ବଟିକା ଏବଂ କଫ ସିରଫ ଜବତ ହୋଇଥିବା ପୋଲିସ ସୂଚନା ଦେଇଛି । ଅଭିଯୁକ୍ତ ଦୁଇଜଣ ହେଲେ ତୁରକେଲା ଥାନା ମଲିକଦରହୋ ଗ୍ରାମର ବନମାଳୀ ଖର୍ସେଲ ଏବଂ ପାଟଣାଗଡ଼ ଥାନା ମାଘମରା ଗ୍ରାମର କ୍ଷମାନିଧି ମେହେର ଏମାନଙ୍କ ନିକଟରୁ ୬୬୦୦ଟି ନିଶା ବଟିକା ଏବଂ ୫୫ଟି ଏସକଫ କଫ ସିରଫ ଜବତ ହୋଇଥିବା ବେଳେ ଗୋଟିଏ କାର, ଗୋଟିଏ ବାଇକ, ତିନୋଟି ମୋବାଇଲ ଏବଂ ନଗଦ ୨୬୦୦ ଟଙ୍କା ଜବତ କରିଛି ପୋଲିସ । ଏନେଇ ତୁରେକେଲା ଥାନା କେସ ନଂ ୬୨/୨୦୨୪ ରେ ୨୭୪/୨୭୫/୨୭୬ ଓ ୧୨୦ବି ଅଧିନିୟମ ଅନୁଯାୟୀ ଏକ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇ ଥିବା ତଦନ୍ତକାରୀ ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ଏନେଇ ତୁରେକେଲା ଥାନାଧିକାରୀ ଶ୍ରୀ ସାହୁଙ୍କୁ ପଚାରିବାରୁ ତୁରେକେଲା ଥାନା ଅଞ୍ଚଳରେ ବେଆଇନ କଫ ସିରଫ କାରବାର ରୋକିବା ଏବଂ ଅଞ୍ଚଳକୁ ଅପରାଧ ମୁକ୍ତ କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି ବୋଲି ପ୍ରକାଶ କରିଥିବା ବେଳେ ଅନ୍ୟପଟେ ଏହି କଫ ସିରଫକୁ ସେବନ କରି ଯୁବପୀଢ଼ି ବିପଥଗାମୀ ହେବା ସଙ୍ଗେସଙ୍ଗେ ନିଜର ହିତାହିତ ଜ୍ଞାନ ଭୁଲି ଯାଉଛନ୍ତି ସେଥିପାଇଁ ଶ୍ରୀ ସାହୁ ଭଳି ଥାନାଧିକାରୀ ତୁରେକେଲା ଅଞ୍ଚଳରୁ ଅପରାଧ ମୁକ୍ତ ସହ କଫ ସିରଫ ମାଫିଆଙ୍କ ଆତଙ୍କରାଜ ଉପରେ ନିୟନ୍ତ୍ରଣ କରିବେ ବୋଲି ବୁଦ୍ଧିଜୀବୀ ମହଲରେ ଆଲୋଚନା ହେବା ସହ ଥାନାଧିକାରୀଙ୍କ ଏହି ସଫଳତାକୁ ଭୁରି ଭୁରି ପ୍ରଶଂସା କରୁଛନ୍ତି ।

Leave A Reply

Your email address will not be published.

20 − two =