pakka

ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କ୍ଷେତ୍ର ପରିଦର୍ଶନ

bbehera

ଲୋଇସିଂହା, (ବିମଳେନ୍ଦୁ ସାହୁ) : ବଲାଙ୍ଗିର ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁବାସ ବେହେରା ବଲାଙ୍ଗିର ବ୍ଲକ ଅନ୍ତର୍ଗତ ମାୟାବର୍ହା ଗ୍ରାମକୁ ଧାନଚାଷ ପରବର୍ତ୍ତୀ ପଡିଆ ଜମିର ବିସ୍ତୃତ ପରିଚାଳନା ଓ ଯୋଜନା ଅନ୍ତର୍ଗତ ୩୫ ହେକ୍ଟର ପରିମିତ ଜମିର ଏକକାଳୀନ ମୁଗଚାଷ କ୍ଷେତ୍ର ପରିଦର୍ଶନ କରିଥିଲେ । ଏଥିସହିତ ଚାଷୀମାନଙ୍କ ସହିତ ସେ ଆଲୋଚନା କରି ଧାନଚାଷ ପରବର୍ତ୍ତୀ ଜମିର ଆର୍ଦ୍ରତାକୁ ଉପଯୋଗ କରି ମୁଗ, ବିରି, କୋଳଥ ଇତ୍ୟାଦି ଡାଲି ଜାତୀୟ ଫସଲ କରିବାକୁ ପରାମର୍ଶ ଦେଇଥିଲେ । ସୂଚନାଯୋଗ୍ୟ ଯେ ଆନ୍ତର୍ଜାତୀୟ ଧାନ ଗବେଷଣା ସଂସ୍ଥା ତଥା ଆନ୍ତର୍ଜାତିକ ଶୁଷ୍କାଞ୍ଚଳ କୃଷି ଗବେଷଣା କେନ୍ଦ୍ର ଆନୁକୁଲ୍ୟରେ ବଲାଙ୍ଗିର ବ୍ଲକର ୨୨୪୦ ହେକ୍ଟର ଜମିରେ ଧାନଚାଷ ପରବର୍ତ୍ତୀ ଡାଲି ଜାତୀୟ ଫସଲ ଚାଷପାଇଁ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ ଏହି ପରିଦର୍ଶନ ସମୟରେ ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ ମହାନ୍ତି, ବଲାଙ୍ଗିର ବ୍ଲକ କୃଷି ଅଧିକାରୀ ଜଗବନ୍ଧୁ ପଟେଲଙ୍କ ସମେତ କୃଷି ବିଭାଗର ଅନ୍ୟାନ୍ୟ ଅଧିକାରୀ ଗଣ ଉପସ୍ଥିତ ଥିଲେ ।

jay balangir
Leave A Reply

Your email address will not be published.

5 × five =

error: Content is protected !!